ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’

୧୫ ଦିନରେ ୧୦କୋଟି ବକ୍ସଅଫିସ କଲେକ୍ସନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରେକଡ ଭାଙ୍ଗିଲା ଓଡ଼ିଆ ଚଳଚିତ୍ର, ମୁଭି ରିଲିଜର ୧୫ଦିନ ପରେ ବି କମୁନି ଦର୍ଶକଙ୍କ କ୍ରେଜ, ବଲିଉଡକୁ ଦେଉଛି ଟକ୍କର

ରଜ ଅବସରରେ ରିଲିଜ ହୋଇଥିଲା ନିର୍ଦେଶକ ଜଗଦୀଶ ମିଶ୍ରଙ୍କ ସସପେନ୍ସ ହରର ଫିଲ୍ମ ‘ବୋଉ ବୁଟୁ ଭୂତ’ । ଫିଲ୍ମଟିରେ ବାବୁସାନ ମହାନ୍ତି ଓ ଅର୍ଚ୍ଚିତା ସାହୁ ଲିଡ ଆକ୍ଟର ଥିବାବେଳେ ଅପରାଜିତା ମହାନ୍ତିଙ୍କ ପରି ଅନେକ ଆକ୍ଟର ଓ ଆକ୍ଟ୍ରେସମାନେ ଅଭିନୟ କରିଛନ୍ତି । ଏହି ଓଡ଼ିଆ ଚଳଚିତ୍ରଟି ବକ୍ସଅଫିସରେ ୧୦ କୋଟି ନେଟ୍ କଲେକ୍ସନ ପାର କରି ଇତିହାସ ସୃଷ୍ଟି କରିଛି ।

ଜୁନ ୧୨ତାରିଖରେ ମୁକ୍ତିଲାଭ କରିଥିଲା ‘ବୋଉ ବୁଟୁ ଭୂତ’ । ଚଳଚିତ୍ରଟିର ବଜେଟ ୨କୋଟି ଥିବା ବେଳେ ୧୫ ଦିନରେ ଏହା ଓଡ଼ିଶାରେ ୧୦କୋଟି ବକ୍ସଅଫିସ କଲେକ୍ସନ କରିଥିବା ବେଳେ ସାରା ବିଶ୍ୱରେ ୧୨ କୋଟି ରୋଜଗାର କରିଛି ।

ଏହି ଫିଲ୍ମଟି ଦମନ ଏବଂ କର୍ମକୁ ପଛରେ ପକାଇ ପ୍ରଥମ ଓଡ଼ିଆ ଚଳଚିତ୍ର ଯାହା ସର୍ବାଧିକ ଆୟ କରି ୧୦କୋଟି କ୍ଲବରେ ସ୍ଥାନ ପାଇଛି । ୨-୩ କୋଟି ବଜେଟର ଏହି ଫିଲ୍ମ ଲାଭ ରିଟର୍ଣ୍ଣରେ ୩୦୦ପ୍ରତିସତ ଅତିକ୍ରମ କରିଥିବାର ଜଣାପଡିଛି । ଚଳଚିତ୍ରର ମୁଖ୍ୟ ଅଭିନେତା ବାବୁସାନ ମହାନ୍ତିଙ୍କର ଏହା ସବୁଠାରୁ ବଡ ସଫଳତା ।

ନିର୍ଦେଶକଜଗଦୀଶ ମିଶ୍ର ଏବଂ ପ୍ରଯୋଜିକା ତୃପ୍ତି ସତପଥୀଙ୍କ ପାଇଁ ଏହି ଫିଲ୍ମଟି କେବଳ ବକ୍ସ ଅଫିସ ରେକର୍ଡ ଭାଙ୍ଗି ନାହିଁ ବରଂ କାହାଣୀ କହିବା, ପ୍ରଯୋଜନା ଗୁଣବତ୍ତା ଏବଂ ଦର୍ଶକଙ୍କୁ ନିଜ ସହିତ ଯୋଡି ରଖିବା ପାଇଁ ଭବିଷ୍ୟତର ଜଣେ ଉତ୍ତମ ଓଡ଼ିଆ ପ୍ରଯୋଜନା ପାଇଁ ମାନଦଣ୍ଡ ବୃଦ୍ଧି କରିଛି । ଚଳଚିତ୍ରଟିର ସଫଳତା ପରେ ଏହାର ୨.୦ଟ୍ରେଲର ରିଲିଜ ହୋଇଥିଲା । ଏହାକୁ ମଧ୍ୟ ଦର୍ଶକମାନେ ଭଲ ରେସ୍ପନ୍ସ ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ