Before Header

୩୦ହଜାରରେ ନିଲାମ ହେଲା ମରିଚିକୁଣ୍ଡ ପାଣି

0 32

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଗତକାଲି ରାତିରେ ମରିଚିକୁଣ୍ଡ ପାଣି ଯାଇ ରଥ ପ୍ରତିଷ୍ଠା କରାଯାଇଥିଲା । ଏହାପରେ ପରମ୍ପରା ଅନୁଯାୟୀ ପାଣି ନିଲାମ ହୋଇଥିଲା । ୩୦ହଜାର ଟଙ୍କାରେ ନିଲାମ ହୋଇଛି ପ୍ରଥମ କଳସ ପାଣି । ଦ୍ୱିତୀୟ କଳସ ୧୬ ହଜାରରେ ନିଲାମ ହୋଇଛି । ଏହାର ନିମାଲ ଧରିଥିଲେ ଭୁବନେଶ୍ୱରର ମାଳତୀ ସୋରେନ୍ । ତୃତୀୟ କଳସ ଅନୁଗୁଳର ଅଞ୍ଜଳି ପ୍ରଧାନ ୮ହଜାର ଟଙ୍କାରେ ନିଲାମ ଧରିଥିଲେ । ବଡ଼ୁ ନିଯୋଗ ପକ୍ଷରୁ ଏହି ନିଲାମ କାର୍ଯ୍ୟ ଶେଷ କରାଯାଇଥିଲା ।

ଅଶୋକାଷ୍ଟମୀ ତିଥିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଭଉଣୀ ରୁକ୍ମିଣୀଙ୍କୁ ରଥରେ ନେଇ ରାମନବମୀ ଯାତ୍ରା ବୁଲିବାକୁ ଯିବେ। ଦ୍ୱାଦଶୀରେ ମାଉସୀ ମା’ ଘରୁ ବାହୁଡିବେ । ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନୀତି ଅନୁସାରେ ଦିନ୧୨ଟାରେ ମଙ୍ଗଳ ଆଳତି, ୨ଟା ରେ ଭୋଗ ଲାଗି ଓ ପହଣ୍ଡି ପରେ ୩ଟା ସମୟରେ ହେବ ରଥଟଣା । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.