Masthead

ପାକିସ୍ତାନ ସୀମା ଜଗିବ ଆପାଚି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାବଧାନ ପାକିସ୍ତାନ । ଆକ୍ରମଣ କରିବା ପୂର୍ବରୁ ୪ ଥର ଚିନ୍ତା କରିବାକୁ ପଡିବ । କାରଣ ଏଣିକି ସୀମା ଜଗିବ ଆପାଚି ହେଲିକପ୍ଟର । ଆହୁରି ପାୱାରଫୁଲ ହେବ ଭାରତ । ଗେମ୍ ଚେଞ୍ଜର୍ ସାଜି ଭାରତକୁ ଆସିବ ଆପାଚି ଆଟାକ୍ ହେଲିକପ୍ଟର । ଅପରେସନ ସିନ୍ଦୂର ପରେ ନିଜର ସାମଥ୍ୟ ର୍କୁ ଦୃଢ କରୁଛି ଭାରତୀୟ ସେନା । ପାକିସ୍ତାନ ସୀମାରେ ମୁତୟନ ହେବ ଆପାଚି ଆଟାକ୍ ହେଲିକପ୍ଟର ।

ଆଧୁନିକ ଜ୍ଞାନ କୌଶଳରେ ତିଆରି ଏହି ଆଟାକ୍ ହେଲିକପ୍ଟର ଭାରତର ସାମରିକ କ୍ଷମତାରେ ଉନ୍ନତି ଆଣିବ । ଏଚ-୬୪ଇ ଆପାଚି ହେଲିକେପ୍ଟର ପାଇଁ ୨୦୨୦ ମସିହାରେ ଭାରତ-ଆମେରିକା ସହ ୬୦ ଡଲାରର ଡ଼ିଲ୍ କରିଥିଲା । ଏହାର ପ୍ରଥମ ବ୍ୟାଚ୍ ୨୦୨୪ ମେ-ଜୁନ୍ ମାସରେ ଏବଂ ୨୦୨୪ ଡିସେମ୍ବର ମାସରେ ଡେଲିଭରି ପାଇଁ ଧାର୍ଯ୍ୟ ହୋଇଥିଲା । କୌଣସି ବୈଷୟିକ କାରଣ ଯୋଗୁଁ ଆମେରିକା ପକ୍ଷରୁ ଆପାଚି ହେଲିକପ୍ଟର ଡେଲିଭରିରେ ବିଳମ୍ବ ହୋଇଥିଲା । ଆର୍ମି ଏଭିଏସନ୍ କୋର୍ ୩ଟି ଆପାଚି ହେଲିକପ୍ଟର ପ୍ରଥମ ବ୍ୟାଚ୍ ଏବେ ଜୁଲାଇ ମଧ୍ୟ ଭାଗରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଦ୍ୱିତୀୟ ବ୍ୟାଚ୍ ନଭେମ୍ବରରେ ଆସିବ । ଏହି ହସ୍ତାନ୍ତରକୁ ନେଇ ଜୁଲାଇ ୧ ରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ