Masthead

ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’

ଆମେରିକା(ବଡ଼ ଖବର ବ୍ୟୁରୋ): ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ବଡ଼ ସଫଳତା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେମସ୍ ବିଲ୍ ହେଲା ପାସ୍ । ଇତିହାସ ସୃଷ୍ଟି କଲା ୱାନ୍ ବିଗ୍ ବିୟୁଟିଫୁଲ ବିଲ୍ । ୪.୫ଟ୍ରିଲିୟନ ଡଲାରର ଏହି ବିଲ୍ ଇତିହାସର ସର୍ବବୃହତ ଟିକସ ହ୍ରାସ ବିଲ୍ ଭାବରେ ବିବେଚିତ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଦ୍ୱାରା ଗୃହିତ ହୋଇଛି । ତା ପରେ ଏହି ବିଲକୁ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପାଇଁ ପଠାଯାଇଛି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ,ସେ ଲକ୍ଷ ଲକ୍ଷ ପରିବାରକୁ ଡେଥ୍ ଟ୍ୟାକ୍ସରୁ ମୁକ୍ତ କରିଛନ୍ତି । ଏବଂ ଆମେରିକାର ସ୍ୱାଧୀନତା ଦିବସ ଅବସରରେ ଏହି ବିଲ୍ ଠାରୁ ଭଲ ଉପହାର ଆଉ କିଛି ହୋଇପାରେ ନାହିଁ । ୮୦୦ ପୃଷ୍ଠାରୁ ଅଧିକ ଲମ୍ବା ଏହି ବିଲ୍ ପାସ୍ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥିଲା । ପର୍ଯ୍ୟାପ୍ତ ଭୋଟ୍ ପାଇବା ପାଇଁ ଟ୍ରମ୍ପ ବ୍ୟକ୍ତିଗତ ଭାବରେ ହୋଲ୍ଡଆଉଟ୍ ଉପରେ ଚାପ ପକାଇଥିଲେ । ଏହି ବିଲରେ ଟିକସ୍ କାଟ୍ , ସାମରିକ ବଜେଟ୍ , ପ୍ରତିରକ୍ଷା ଏବଂ ଶକ୍ତି ଉତ୍ପାଦନ ପାଇଁ ବର୍ଦ୍ଧିତ ଖର୍ଚ୍ଚ , ସ୍ୱାସ୍ଥ୍ୟ ଓ ପୁଷ୍ଟିକର କାର୍ଯ୍ୟକ୍ରମରେ ହ୍ରାସ ଭଳି ପ୍ରମୁଖ ବ୍ୟବସ୍ଥା ଜଡ଼ିତ ରହିଛି । ଏହି ୱାନ୍ ବିଗ୍ ବିୟୁଟିଫୁଲ ବିଲ୍ ୨୦୧୭ର ଟିକସ୍ କାଟ୍ ଏବଂ ଚାକିରି ଆଇନକୁ ସ୍ଥାୟୀ ଭାବରେ କାର୍ଯ୍ୟକାରୀ କରିବା ସହିତ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?