Masthead

କିଡନୀ ନେଲା ପୁଅ ଜୀବନ, ବାପା-ମାଆ ଗୁରୁତର

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ନିଧିଆ ମହାକୁଡ ଓ ସ୍ତ୍ରୀ ଛଚି ମହାକୁଡଙ୍କ ମୁଣ୍ଡରେ ସତେ ଯେପରି ଆକାଶ ଛିଡି ପଡିଛି । ଏକ ମାତ୍ର ରୋଜଗାରିଆ ପୁଅ ଅଜିତକୁ ହରାଇ ସେମାନେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି । କିଡନୀ ରୋଗରେ ଚାଲିଗଲା ପୁଅ । କେବେ ସେମାନଙ୍କ ପାଳି ଆସିବ ଅପେକ୍ଷା କରି ବସିଛନ୍ତି ନିଧିଆ ଓ ଛଚି । ଭେଣ୍ଡିଆ ପୁଅକୁ ହରାଇ ବାହୁନି ବାହୁନି କାନ୍ଧୁଛି ମା’, ବାପାର ଉଠିବାକୁ ଶକ୍ତି ନାହିଁ । କିଏ ଜାଣିଥିଲା, ତାଙ୍କ ଆଗରୁ ବିଧାତା ପୁଅକୁ ଛଡାଇ ନେବ । ଏଭଳି ହୃଦୟବିଦାରକ ଘଟଣା ଘଟିଛି ଦଶପଲ୍ଲା ବ୍ଲକ ସରିଗଣ୍ଡା ପଞ୍ଚାୟତ ଓଡ଼ିଆ ବୁଢାପଦର ଗାଁରେ ।

ଓଡ଼ିଆ ବୁଢାପଦର ଗାଁର ନିଧିଆ ମହାକୁଡଙ୍କ ସଂସାର କହିଲେ ସ୍ତ୍ରୀ ଛଚି ଓ ଏକମାତ୍ର ପୁଅ ଅଜିତ । ହସଖୁସିରେ ଚାଲିଥିଲା ନିଧିଆଙ୍କ ସଂସାର । ଭାଗ୍ୟର ବିଡମ୍ବନା ଜୁନରେ ସମସ୍ତେ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ଦଶପଲ୍ଲା ପରେ ନୟାଗଡରେ ସେମାନେ ଚିକିତ୍ସିତ ହେଲେ । ମାତ୍ର କିଛି ଉପଶମ ହେଲା ନାହିଁ । ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ରିପୋର୍ଟରୁ ଜଣାପଡିଲା ପୁଅ କିଡନୀ ରୋଗ ସହ ହୃଦ୍ରୋଗରେ ବି ଆକ୍ରାନ୍ତ । ପୁଅର ଚିକିତ୍ସା ପାଇଁ ପାଖରେ ଯହାଥିଲା ସବୁ ବିକ୍ରି କରିଦେଲେ ନିଧି । କିନ୍ତୁ ପୁଅକୁ ବଞ୍ଚାଇ ପାରିଲେ ନାହିଁ । ଏକମାତ୍ର ରୋଜଗାରିଆ ପୁଅ ସବୁଦିନ ପାଇଁ ଆଖି ବୁଜିଦେଲା ।

ବର୍ତ୍ତମାନ କିଡନୀ ଆକ୍ରାନ୍ତ ଦମ୍ପତି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ନିଧିଆଙ୍କ ପରିବାରର ଏଭଳି ଅବସ୍ଥା ଦେଖି ଗାଁଲୋକେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ଯଦି ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢାନ୍ତି ତେବେ ନିଧିଆ ଓ ତାଙ୍କ ସ୍ତ୍ରୀ ରୋଗମୁକ୍ତ ହୋଇ ପାରନ୍ତେ ବୋଲି ଗାଁ ଲୋକମାନେ ଆଶା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା