Masthead

ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ‘ଅପରେସନ ସିନ୍ଦୂର’ ରେ ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି । ଯୁଦ୍ଧ ଗୋଟିଏ ହୋଇଥିବା ବେଳେ ଶତ୍ରୁଥିଲେ ୩ । ଭାରତୀୟ ଉପ ସେନା ମୁଖ୍ୟ ଲେଫ୍ଟାଣ୍ଟ ଜେନେରାଲ ରାହୁଲ ଆର ସିଂହ ଆଜି ନୂଆଦିଲ୍ଲୀ ଏଫଆଇସିସିଆଇରେ  ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅପରେସନ ସିନ୍ଦୂର ବିଷୟରେ ଉଲ୍ଲେଖ କରିଥିଲେ । ଲେଫ୍ଟାଣ୍ଟ ଜେନେରାଲ ରାହୁଲ ଆର ସିଂହ ସେଠାରେ ଶତ୍ରୁ ଦେଶ ପାକିସ୍ତାନ ସମେତ ଅନ୍ୟ ଦୁଇ ଶତ୍ରୁ ଦେଶର ମୁଖା ଖୋଲିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ଭାରତକୁ ସାମ୍ନାରୁ ଆକ୍ରମଣ କରିବା ସହ ଚୀନ୍ ଓ ତୁକ୍ରୀ ପାକିସ୍ତାନକୁ ସମର୍ଥନ କରୁଥିଲେ ।

ଚୀନ୍ ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନକୁ ଲାଇଭ୍ ଇନପୁଟ୍ ଦେଉଥିବା ସହ ସେ ତା’ର ଅସ୍ତ୍ରଶସ୍ତ୍ରର ପରିକ୍ଷଣ ପାକିସ୍ତାନ ମାଧ୍ୟମରେ ରୂପରେ ନେଇ ଭାରତରେ ପରିକ୍ଷଣ କରିଥିଲା । ଅପରେସନ ସିନ୍ଦୂର ସମୟରେ ଡ଼ିଜିଏମଓ ସ୍ତରର ସମସ୍ତ ସୂଚନା ପାକିସ୍ତାନ ଚୀନ୍ ଠାରୁ ପାଇଥିଲା । ପାକିସ୍ତାନରେ ଥିବା ସାମରିକ ଅସ୍ତ୍ରଶସ୍ତ୍ର ଉପକରଣ ମଧ୍ୟରୁ ୮୧ ପ୍ରତିଶତ ଚୀନ୍ର ବୋଲି ଉଲ୍ଲେଖ କରିଥିଲେ । ଭାରତକୁ ଅସୁବିଧାରେ ପକାଇବା ପାଇଁ ପାକିସ୍ତାନକୁ ମାଧ୍ୟମ ରୂପରେ ବ୍ୟବହାର କରିଥିଲେ ଚୀନ୍ । ଚୀନ୍ ସମେତ ତୁର୍କୀ ମଧ୍ୟ ଇସଲାମବାଦକୁ ହାର୍ଡ଼ୱେୟାର ବହୁ ପରିମାଣରେ ଯୋଗାଇ ଥିଲା । ଭାରତକୁ ବିପଦରେ ପକାଇବା ପାଇଁ ୩ ଦେଶ ଲାଗିଥିଲେ ମଧ୍ୟ ଭାରତ ଅପରେସନରେ ୩ ଦେଶକୁ ପରାସ୍ତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା