Masthead

ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ‘ଅପରେସନ ସିନ୍ଦୂର’ ରେ ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି । ଯୁଦ୍ଧ ଗୋଟିଏ ହୋଇଥିବା ବେଳେ ଶତ୍ରୁଥିଲେ ୩ । ଭାରତୀୟ ଉପ ସେନା ମୁଖ୍ୟ ଲେଫ୍ଟାଣ୍ଟ ଜେନେରାଲ ରାହୁଲ ଆର ସିଂହ ଆଜି ନୂଆଦିଲ୍ଲୀ ଏଫଆଇସିସିଆଇରେ  ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅପରେସନ ସିନ୍ଦୂର ବିଷୟରେ ଉଲ୍ଲେଖ କରିଥିଲେ । ଲେଫ୍ଟାଣ୍ଟ ଜେନେରାଲ ରାହୁଲ ଆର ସିଂହ ସେଠାରେ ଶତ୍ରୁ ଦେଶ ପାକିସ୍ତାନ ସମେତ ଅନ୍ୟ ଦୁଇ ଶତ୍ରୁ ଦେଶର ମୁଖା ଖୋଲିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ଭାରତକୁ ସାମ୍ନାରୁ ଆକ୍ରମଣ କରିବା ସହ ଚୀନ୍ ଓ ତୁକ୍ରୀ ପାକିସ୍ତାନକୁ ସମର୍ଥନ କରୁଥିଲେ ।

ଚୀନ୍ ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନକୁ ଲାଇଭ୍ ଇନପୁଟ୍ ଦେଉଥିବା ସହ ସେ ତା’ର ଅସ୍ତ୍ରଶସ୍ତ୍ରର ପରିକ୍ଷଣ ପାକିସ୍ତାନ ମାଧ୍ୟମରେ ରୂପରେ ନେଇ ଭାରତରେ ପରିକ୍ଷଣ କରିଥିଲା । ଅପରେସନ ସିନ୍ଦୂର ସମୟରେ ଡ଼ିଜିଏମଓ ସ୍ତରର ସମସ୍ତ ସୂଚନା ପାକିସ୍ତାନ ଚୀନ୍ ଠାରୁ ପାଇଥିଲା । ପାକିସ୍ତାନରେ ଥିବା ସାମରିକ ଅସ୍ତ୍ରଶସ୍ତ୍ର ଉପକରଣ ମଧ୍ୟରୁ ୮୧ ପ୍ରତିଶତ ଚୀନ୍ର ବୋଲି ଉଲ୍ଲେଖ କରିଥିଲେ । ଭାରତକୁ ଅସୁବିଧାରେ ପକାଇବା ପାଇଁ ପାକିସ୍ତାନକୁ ମାଧ୍ୟମ ରୂପରେ ବ୍ୟବହାର କରିଥିଲେ ଚୀନ୍ । ଚୀନ୍ ସମେତ ତୁର୍କୀ ମଧ୍ୟ ଇସଲାମବାଦକୁ ହାର୍ଡ଼ୱେୟାର ବହୁ ପରିମାଣରେ ଯୋଗାଇ ଥିଲା । ଭାରତକୁ ବିପଦରେ ପକାଇବା ପାଇଁ ୩ ଦେଶ ଲାଗିଥିଲେ ମଧ୍ୟ ଭାରତ ଅପରେସନରେ ୩ ଦେଶକୁ ପରାସ୍ତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ