Masthead

ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ

ଯୋଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବଡ଼କାଳିମାଟି ପଞ୍ଚାୟତର ଦବୁନାରେ ବାହୁଡା ଯାତ୍ରା ବେଳେ ଅଘଟଣ ଘଟିଛି । ରାସ୍ତାରେ ଖାଲ ଯୋଗୁ ରଥ ଚକା ଭାଙ୍ଗିଯାଇଛି । ଫଳରେ ବଡଦେଉଳକୁ ନଫେରି ଅଟକି ରହିଥିଲେ ତିନି ଠାକୁର । ଖାଲ, କାଦୁଅ ପଚପଚ ରାସ୍ତାରେ ଚକ ଭାଙ୍ଗିଯିବାରୁ ରଥ ଆଉ ଆଗକୁ ବଢିବା ସମ୍ଭବ ହୋଇପାରିନଥିଲା । ଏଭଳି ପରିସ୍ଥିତିରେ ଭକ୍ତ ନିଜ କାନ୍ଧରେ ଶ୍ରୀଜୀଉ ମାନଙ୍କୁ କାନ୍ଧେଇ ମନ୍ଦିର ପର୍ଯ୍ୟନ୍ତ ନେଇଛନ୍ତି ।

ବାରମ୍ବାର ଦାବି ସତ୍ତ୍ୱେ ଦୀର୍ଘ ଦିନ ଧରି ରାସ୍ତା ମରାମତି ହେଲାନାହିଁ, ଶେଷରେ ବାଧ୍ୟ ହୋଇ ଆଁଠୁଏ ଆଁଠୁଏ ଖାଲ, କାଦୁଆ ପଚପଚ ରାସ୍ତାରେ ରଥ ଯାତ୍ରା ଅନୁଷ୍ଠିତ ହେଉଥିଲା । ଗୁଣ୍ଡିଚା ଯାତ୍ରା ଦିନ ଏହି ରାସ୍ତାରେ ରଥ ଟଣା ସମୟରେ ରଥର ୬ଟି ଚକା ମଧ୍ୟରୁ ୨ଟି ଚକ ଭାଙ୍ଗି ଯାଇଥିଲା । ଫଳରେ ୪ଟି ଚକରେ ଯେ କୌଣସି ମତେ ରଥ ଗଡିଥିଲା । ହେଲେ ବାହୁଡା ଯାତ୍ରାରେ ଅଭାବନୀୟ ପରିସ୍ଥିତି ଉପୁଜିଥିଲା । କାଦୁଅ ଖାଲରେ ଫସି ଯିବାରୁ ରଥର ଆଉ ୨ଟି ଚକ ଭାଙ୍ଗିଯାଇଥିଲା । ଏମିତିରେ ରଥ ଆଉ ଆଗକୁ ଗଡିବା ସମ୍ଭବ ହୋଇ ପାରି ନଥିଲା ।

ଶେଷରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିଜ କାନ୍ଧରେ ବୋହି ବର୍ଷାରେ ଭିଜି ଭିଜି ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ ଭକ୍ତ । ଏହି ଘଟଣା ପରେ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି । କାଳିମାଟିରୁ ଦୁବୁନା ଯାଇଥିବା ଗ୍ରାମ୍ୟ ରାସ୍ତା ଦୀର୍ଘ ଦିନରୁ ମରାମତି ଅଭାବରୁ ଗାଡି ମୋଟର ଯାତାୟତ ଅନୁପଯୋଗୀ ହୋଇପଡିଛି । ଏଥିରେ ୨ଟି ଘରୋଇ ଖଣି ଓ କାରଖାନା କମ୍ପାନୀକୁ ଅନବରତ ଭାବେ ଲୁହାପଥର ପରିବହନ ହେବା ଯୋଗୁଁ ୪ଚକିଆ ତ ଦୂରର କଥା ୨ ଚକିଆ ଯାନଟିଏ ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି । ଯାହା ଫଳରେ ରଥର ଚକ ଭାଙ୍ଗି ମହାପ୍ରଭୁଙ୍କର ଯାତ୍ରାରେ ବିଘ୍ନ ଘଟିଥିବା ଶ୍ରଦ୍ଧାଳୁମାନେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼