Masthead

ଦୀପାବଳିରେ ସମ୍ବଲପୁରୀ ଦୀପ

ଟିଟିଲାଗଡ଼ (ବଡ଼ ଖବର ବ୍ୟୁରୋ): ଏକଦା ଜାତୀୟ ତଥା ଆନ୍ତର୍ଜାତୀୟ ମଞ୍ଚରେ ଜଣେ ଯୁବ ଉପସ୍ଥାପକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଟିଟିଲାଗଡ ମାଟିର ଶୀତମ ସାଗର ବେଦବାକ୍ । ନିଜ ଅଧ୍ୟବସାୟ ବଳରେ ସମ୍ପ୍ରତି ସେ ସମ୍ବଲପୁରୀ ପିନ୍ଧନା ଉଢଣାର ପ୍ରସାର ନେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ସମ୍ବଲପୁରୀ ପିନ୍ଧନା ଉଢଣା କ୍ରିଏସନ (ଏସପିୟୁ କ୍ରିଏସନ) ଜରିଆରେ ସମ୍ବଲପୁରୀ କପଡାରେ ମାସ୍କ, କୁସନ, କୁର୍ତ୍ତା, ଜ୍ୟାକେଟ୍ ଆଦି ତିଆରି କରିବା ସହ ନିଜେ ଏବଂ ଅନ୍ୟ କିଛି ଲୋକଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ପ୍ରଚେଷ୍ଟାରତ ।

ଆଲୋକର ପର୍ବ ଦୀପାବଳି ସମୟରେ ପୂର୍ବରୁ ଘରେ ଘରେ ମାଟି ଦୀପର ଚାହିଦା ରହିଥିଲା । ତେବେ ଗତ କିଛିବର୍ଷ ହେବ ବଜାରକୁ ଚାଇନା ଦୀପ, ବିଭିନ୍ନ କିସମର ଏଲଇଡି ଲାଇଟର ଆଦର ବଢିଛି । ଚାଇଦା ସାମଗ୍ରୀରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ଶୀତମ ଏବେ ଅଣ୍ଟା ଭିଡିଛନ୍ତି । ମାଟିଦୀପରେ ସମ୍ବଲପୁରୀ ଟଚ୍ ଦେଇ ଏହାକୁ ବିକ୍ରି କରିବା ପାଇଁ ଶୀତମଙ୍କ ସହ ସୋନପୁର ଜିଲ୍ଲା ଖାରି ଅଞ୍ଚଳର ସୁପ୍ରୀୟା ହାତ ମିଳାଇଛନ୍ତି । ଦିବ୍ୟାଙ୍ଗ ସୁପ୍ରୀୟା ପେଣ୍ଟି ପାଇଁ ରାଜ୍ୟରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି । ଶୀତମଙ୍କ ଅନୁରୋଧ କ୍ରମେ ସୁପ୍ରୀୟା ମାଟିଦୀପରେ ସମ୍ବଲପୁରୀ ପେଣ୍ଟିଂ କରୁଛନ୍ତି । ଏହି ସୁନ୍ଦର ଦୀପର ବଜାର ଦାୟିତ୍ୱ ନେଇଛି ଏସପିୟୁ କ୍ରିଏସନ ।

ଅନଲାଇନରେ ମାଟିଦୀପ ବିକ୍ରି ଚାଲିଥିବା ବେଳେ ବଜାରରେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଏହା ଦ୍ୱାରା ମେକ ଇନ ଇଣ୍ଡିଆ ସୁଦୃଢ ହେଉଥିବା ବୁଦ୍ଧିଜୀବୀମାନେ କହିଛନ୍ତି । ଆଗାମୀ ପ୍ରତ୍ୟେକ ପର୍ବପର୍ବାଣୀରେ ଆବଶ୍ୟକ ସାମଗ୍ରୀ ସମ୍ବଲପୁରୀ ଟଚ୍ ଦେଇ ବଜାରକୁ ଛାଡିବା ପାଇଁ ତାଙ୍କ ସଂଗଠନର ଉତ୍ସାହ ବୃଦ୍ଧି ପାଇଥିବା ଶୀତମ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ