Masthead

ହାଜର ହେବେ ICC ସଦସ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାର ତଦନ୍ତ ପାଇଁ ଆଜି ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି ଯାଉଛି । ଜୁଲାଇ ୧୮ ଓ ୧୯ ତାରିଖ, ଦୁଇଦିନ ଉଚ୍ଚ ସ୍ତରୀୟ କମିଟି ଆଗରେ ଉପସ୍ଥିତ ରହିବା ପାଇଁ ଫକୀର ମୋହନ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟଙ୍କୁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଆଲୋଚନା ଓ ପଚରାଉଚରା କରିପାରେ । ଜୁଲାଇ ୧୩ ତାରିଖରେ ଉଚ୍ଚ ସ୍ତରୀୟ କମିଟି ପ୍ରାଥମିକ ତଦନ୍ତ କରି ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲେ । ତେବେ ଅନ୍ତରୀଣ ରିପୋର୍ଟକୁ ନେଇ ମୃତ ଛାତ୍ରୀଙ୍କ ବାପା ପ୍ରଶ୍ନ ଉଠାଇଥିଲେ ।

ଇଣ୍ଟିଗ୍ରେଟେଡ୍‌ ବିଇଡି ବିଭାଗର ଛାତ୍ରୀ  ସୌମ୍ୟାଶ୍ରୀ ଜୁନ୍‌ ୩୦ ତାରିଖରେ ନିଜ ବିଭାଗର ଏଚ୍‌ଓଡିଙ୍କ ବିରୋଧରେ ପ୍ରଥମେ  ଲିଖିତ ଅଭିଯୋଗ କରିଥିଲେ । ତାଙ୍କ  ଅଭିଯୋଗକୁ ଆଧାର କରି ଜୁଲାଇ ୧ରେ  କଲେଜ ପକ୍ଷରୁ ଇଣ୍ଟରନାଲ କମ୍ପେ୍ଲନ୍‌ କମିଟି  (ଆଇସିସି) ଗଠନ କରାଯାଇଥିଲା । ଏଚ୍‌ଓଡିଙ୍କ  ବିରୋଧରେ ତଦନ୍ତ କରି ତାଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ପାଇଁ ସେହିଦିନ ସୌମ୍ୟାଶ୍ରୀ  କମିଟିକୁ ଲିଖିତ ଅଭିଯୋଗ କରିଥିଲେ ।  ଉକ୍ତ ମହାବିଦ୍ୟାଳୟର ୩ଜଣ ଛାତ୍ରୀ ପୂର୍ବରୁ  ଆଇସିସି କମିଟିରେ ରହିଥିଲେ । ଘଟଣା  ପରେ ଆଇସିସି କମିଟିରେ ରହିଥିବା ୩ଜଣ  ଛାତ୍ରୀଙ୍କ ସହଯୋଗକୁ ନେଇ ପ୍ରଶ୍ନ ଉଠିଥିଲା ।

ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରୀ  ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ଶୁକ୍ରବାର  ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର  ଉଚ୍ଚସ୍ତରୀୟ କମିଟି ଆସିବା ଏବଂ ସମସ୍ତ  ଆଇସିସି ସଦସ୍ୟଙ୍କୁ ଅବଗତ ପାଇଁ ଭାରପ୍ରାପ୍ତ  ଅଧ୍ୟକ୍ଷଙ୍କୁ ଚିଠି ହୋଇଛି । ୬ଜଣ ସଦସ୍ୟ  ମନସ୍ତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର  ଡ. ଜୟଶ୍ରୀ ମିଶ୍ର, ପଦାର୍ଥବିଜ୍ଞାନର ସହକାରୀ  ପ୍ରଫେସର ଡ. ମୌସୁମୀ ଦାସ୍‌, ଇଂରାଜୀ  ବିଭାଗର ସହକାରୀ ପ୍ରଫେସର ଡ. ମିନତୀ  ସେଠୀ, ବରିଷ୍ଠ ସହାୟକ ପ୍ରଭାତ କୁମାର  ମହାରଣା, ଲାବରେଟୋରି ଆସିଷ୍ଟାଣ୍ଟ ବନ୍ଦିତା  ପରିଡ଼ା, ବାଲେଶ୍ୱର ନାରୀ ସଂଘ ସଭାପତି  ଗୋପାମୁଦ୍ରା ମହାପାତ୍ରଙ୍କ ବ୍ୟତୀତ ଓମ୍‌କାର  ରାଉତ, ମୋହିତ କୁମାର ସାହୁ, ଦୀପ୍ତେଶୁ ଦେ,  ଜ୍ୟୋତିପ୍ରକାଶ ବିଶ୍ୱାଳ ପ୍ରମୁଖ ୪ଜଣ ଛାତ୍ରଙ୍କ  ନାମ ଚିଠିରେ ଉଲ୍ଲେଖ ରହିଛି । ବର୍ତ୍ତମାନ  ଚିକିତ୍ସାଧୀନ ଥିବା ଜ୍ୟୋତିପ୍ରକାଶଙ୍କୁ ବାଦ୍‌ ଦେଇ  ୩ଜଣଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି