Masthead

ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା

ଛାତ୍ରୀମାନଙ୍କ ପାଇଁ ‘ଶକ୍ତିଶ୍ରୀ’ ଯୋଜନା ଆଣିବେ ରାଜ୍ୟ ସରକାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଛାତ୍ରୀମାନଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଛାତ୍ରୀମାନଙ୍କ ପାଇଁ ‘ଶକ୍ତିଶ୍ରୀ’ ଯୋଜନା ଆଣିବେ ରାଜ୍ୟ ସରକାର । ବିଶ୍ୱବିଦ୍ୟାଳୟ ମାନଙ୍କରେ ଛାତ୍ରୀ ମାନଙ୍କର ସୁରକ୍ଷା ଓ ନିରପତ୍ତା ପାଇଁ ରାଜ୍ୟରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ କରାଯିବ । ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଏହି ଶକ୍ତିଶ୍ରୀ ଯୋଜନା କାର୍ଯ୍ୟ କରିବ । ଏହି ଯୋଜନା ଦ୍ୱାରା ଅଧ୍ୟୟନରତ ସ୍ନାତକ ଏବଂ ସ୍ନାତକତ୍ୱର ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ଦିଆଯିବା ନେଇ ପ୍ରଶିକ୍ଷଣର ବ୍ୟବସ୍ତା କରାଯିବ । ଏଥି ସହ ଛାତ୍ରୀ ମାନଙ୍କର ଶସକ୍ତି କରଣ ଏବଂ ସର୍ବାଙ୍ଗିନ ବିକାଶ ପାଇଁ ଗରୁତ୍ୱ ଦେଇ ମୋଟ ୮ଟି ପ୍ରମୁଖ ଦିଗକୁ ଧ୍ୟାନ ଦିଆଯାଇଛି । ଶକ୍ତିଶ୍ରୀ କେନ୍ଦ୍ର, ଏମ୍ପାୱାରମେଣ୍ଟ ସେଲରେ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ସ୍ଥାଇଭାବରେ ଏକ ‘ଶକ୍ତିଶ୍ରୀ ଶସକ୍ତି କରଣ କେନ୍ଦ୍ର’ ପ୍ରତିଷ୍ଠା କରାଯିବ । ଏହାକୁ ଛାତ୍ରୀମାନେ ନିୟନ୍ତ୍ରଣ କରିବା ସହ ପରିଚାଳନା ମଧ୍ୟ କରିବେ । ଯେଉଁଥିରେ କୌଣସି ଛାତ୍ରୀଙ୍କୁ ର୍ଦୁବ୍ୟବହାର କରାଯାଏ କି ସମସ୍ୟା ଆସେ ସେମାନେ କମ୍ପ୍ଳେନ୍ କରିପାରିବେ ।

ଶକ୍ତିଶ୍ରୀ ଶସକ୍ତି କରଣ କେନ୍ଦ୍ରରେ ଜଣେ ଛାତ୍ରୀ ‘ଶକ୍ତିଶ୍ରୀ ସାଥୀ’ ରୂପରେ କାର୍ଯ୍ୟ କରିବେ । ଜଣେ ଅଧ୍ୟପିକା ‘ଶକ୍ତିଶ୍ରୀ ସଂଯୋଜିକା’ ହିସାବରେ କାର୍ଯ୍ୟ କରିବେ ଏବଂ ସାମାନେ ଏହାର ପରିଚାଳନା କରିବେ । ଏହା ସହିତ ଜିଲ୍ଲାପାଳଙ୍କ ଦ୍ୱାରା ନିୟୋଜିତ ହୋଇଥିବା ୫ ଜଣ ବିଶିଷ୍ଟ କାର୍ଯ୍ୟରତ ମହିଳା ‘ଶକ୍ତି ଅପା’ ଭାବରେ କାର୍ଯ୍ୟ କରିବେ । ‘ଶକ୍ତି ଅପା’ ମାନେ ପ୍ରତି ୩ ମାସରେ ଥରେ ଶିକ୍ଷାନୁଷ୍ଠନ ପ୍ରଦର୍ଶନ କରିବେ । ଏଥି ସହ ‘ଶକ୍ତିଶ୍ରୀ ମୋବାଇଲ ଆପ୍’ ୨୪ ଘଣ୍ଟା କାର୍ଯ୍ୟକାରି କରାଯିବ । ଛାତ୍ରୀମାନଙ୍କୁ ଏହି ଆପ୍ ବିଷୟରେ ଅବଗତ କରାଯିବା ପାଇଁ ‘ଆଭ୍ୟନ୍ତରୀଣ କମିଟି’ ଗଠନ କରାଯିବ । ଏହି କମିଟି ମାଧ୍ୟମରେ ଏହାର ନିୟମାବଳୀ ସହ କାର୍ଯ୍ୟ ବିଷୟରେ ସୂଚନା ଦେବେ । ଯଦି କୌଣସି ଛାତ୍ରୀ ପ୍ରତିକୂଳ ପରିସ୍ଥିତିରେ ସମ୍ମୁଖିନ ହୁଅନ୍ତି ସେ ନିଜର ପରିଚୟକୁ ଗୋପନୀୟ ରଖି ଅଭିଯୋଗକୁ ଟେଷ୍ଟ, ଅଡ଼ିଓ ଏବଂ ଭିଡ଼ିଓ ମେସେଜ ମାଧ୍ୟମରେ ପଞ୍ଜିକୃତ କରିପାରିବେ । ଏଥି ସହ ଯଦି କୌଣସି ଛାତ୍ରୀ ଷ୍ଟ୍ରେସରେ ରୁହନ୍ତି ତେବେ ସେ ଶକ୍ତିଶ୍ରୀ ଆପ୍ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ବିଷେସଜ୍ଞଙ୍କ ସହ କଥା ହୋଇ ପରାମର୍ଶ ନେଇପାରିବେ । ଏହାସହ ଜରୁରୀ ପରିସ୍ଥିତିରେ ଶକ୍ତିଶ୍ରୀ ଆପ ମଧ୍ୟରେ ଥିବା ‘ଏସଓଏସ’ ବଟମକୁ ବ୍ୟବହାର କରି ଶକ୍ତିଶ୍ରୀ ସଂଯୋଜୀକାଙ୍କ ସହ କଥା ହୋଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ