Masthead

ଏମ୍ସରେ ବିକ୍ଷୋଭ ମନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ଏମ୍ସ ବର୍ଣ୍ଣ ୟୁନିଟ୍ ସମ୍ମୁଖରେ ଲାଗିଲା ନୋଟିସ୍ । ଏମ୍ସ ପରିସର ମଧ୍ୟରେ ବିକ୍ଷୋଭ ଓ ନାରାବାଜି କରିବାକୁ ବାରଣ କରାଯାଇଛି । ମେଡ଼ିକାଲରେ ରୋଗୀ ସେବାରେ ବ୍ୟାଘାତ ପହଞ୍ଚୁଥିବାରୁ ଏମ୍ସ କତ୍ତୃପକ୍ଷ ପକ୍ଷରୁ ଲାଗିଲା ନୋଟିସ୍ । କିଛି ଦିନ ତଳେ ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ଏବେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଭୁବନେଶ୍ୱର ଏମ୍ସରେ ଚିକିତ୍ସତ ହେଉଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅନେକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଯାହା ଫଳରେ ରୋଗୀ ଚିକିତ୍ସାରେ ବାଧା ହେବା ସହ ଅନେକ ଅସୁବିଧାରେ ସମ୍ମୁଖିନ ହୋଇଥିଲେ ଏମ୍ସ କତୃପକ୍ଷ । ପୁଣି ଆଜି ଆଉ ଏକ ନାବାଳିକାଙ୍କୁ କିରୋସିନ ଢ଼ାଳି ନିଆ ଲଗାଇ ପୋଡ଼ିବାକୁ ଉଦ୍ୟମ କରିଥିବା ବେଳେ ପିଡ଼ୀତା ଜଣଙ୍କ ଏମ୍ସ ମେଡ଼ିକାଲରେ ଚିକିତ୍ସତ ହେଉଛନ୍ତି । ପୂର୍ବର ଘଟଣାକୁ ଦୃଷ୍ଟିରେ ରଖି ଏମ୍ସ କତ୍ତୃପକ୍ଷ ଏଭଳି ନୋଟିସ୍ ଲଗାଇଛନ୍ତି । ହସ୍ପିଟାଲରେ ଅନେକ ରୋଗୀ ଥିବାରୁ ସାଧାରଣ ଲୋକଙ୍କର ବିକ୍ଷୋଭରେ ରୋଗୀ ସେବାରେ ବାଧା ସୃଷ୍ଠି ହେବା ସହ ସଂକ୍ରମଣ ହାର ବୃଦ୍ଧି ପାଇବ । ତେଣୁ ନୋଟିସରେ ସ୍ପଷ୍ଟ କରାଯାଇଛି ଯେ ଏମ୍ସ ଠାରୁ ଦୂରରେ ରହିବା ସହ ପରିସର ମଧ୍ୟରେ କୌଣଷି ପ୍ରକାର ବିକ୍ଷୋଭ ଓ ନାରାବାଜି କରାଯାଇପାରିବ ନାହିଁ । ଏଥି ସହ ଅଯଥା ଗହଳି ନକରିବାକୁ ସିପି ନିଦେ୍ର୍ଦଶ ଦେବା ସହ ଏମ୍ସ ବାହାରେ ବ୍ୟାରିକେଡ଼ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା