ହଠାତ୍ ଚାଲିଗଲା ଜୀବନ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ମୃତ୍ୟୁ । କେବେ କାହାକୁ କେମିତି ଆସେ କିଏ ବା ଜାଣିଛି । ସେଥିପାଇଁ କୁହାଯାଏ ମଣିଷ ଜୀବନ ଆଜି କି ଅଛି କାଲି କି ନାହିଁ । ସାଧାରଣ ମଣିଷ ପରି ଠିଆ ହୋଇଥିଲେ । ଏବଂ ହଠାତ ଜୀବନ ଚାଲିଗଲା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ାରେ । ଏକ ଘରୋଇ ବସରେ ପାଇକମାଳରୁ ରାୟପୁର ଯାଉଥିଲେ ଜଣେ ଯାତ୍ରୀ । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ଯୁବକଙ୍କ ସାଥୀ ବସରୁ ଓହ୍ଲାଇବାକୁ କହିଥିଲେ । ବସ କର୍ମଚାରୀ ତାଙ୍କୁ ନୂଆପଡ଼ା ଏକତା ଛକରେ ଓହ୍ଲାଇ ଦେଇଥିଲେ ।

ପ୍ରାୟ ୨୫ ମିନିଟ ଯୁବକ ଜଣଙ୍କ ସେଠାରେ ପଡ଼ି ରହିଥିବା ବେଳେ ନୂଆପଡା ପୋଲିସ ପହଁଞ୍ଚି ଆମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଯୁବକ ଜଣଙ୍କ ହେଉଛନ୍ତି ପାଇକମାଲ ଥାନା ଛେତେଙ୍ଗାର ମହେନ୍ଦ୍ରା ପଟେଲ । ହେଲେ ଘରୋଇ ବସ୍ ଟି ଯେଉଁ ଜାଗାରେ ଛାଡିଲା ତାର ଠିକ ୧୦୦ ମିଟର ଦୂରତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଥିଲା ମାତ୍ର ସେଠାରେ ତାଙ୍କୁ ଛାଡ଼ି ନଥିଲା ଘରୋଇ ବସ । ହୁଏତ ଚିକିତ୍ସାଳୟରେ ଛାଡ଼ିଥିଲେ ଯୁବକଙ୍କର ଚିକିତ୍ସା କରାଯାଇ ପାରିଥାନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ