Masthead

ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ନାରୀ ନିର୍ଯାତନା ବୃଦ୍ଧିକୁ ନେଇ ବିରୋଧୀ ଦଳ ସରକାରକୁ ଟାର୍ଗେଟ କରିଛନ୍ତି । ବାଲେଶ୍ୱର ଏଫଏମ୍ କଲେଜର ଛାତ୍ରୀ ଆତ୍ମହୁତୀକୁ ନେଇ ସାରା ରାଜ୍ୟ ଉଠୁଛି ପଡ଼ୁଛି । ଏହି ସମୟରେ ପୁଣି ଏକ ଘଟଣା ଘଟିଛି ଯାହାକୁ ନେଇ ବିରୋଧି ଦଳ ପ୍ରତିବାଦ କରିଛନ୍ତି । ପୁରୀ ଜିଲ୍ଲାର ବଳଙ୍ଗାରେ ଏକ ନାବାଳିକାଙ୍କୁ କିରୋସିନ ଢ଼ାଳି ନିଆ ଲଗାଇ ୩ ଦୁର୍ବୃତ୍ତ ପୋଡ଼ିବାକୁ ଉଦ୍ୟମ କରିଥିବା ଘଟଣା ସମ୍ନାକୁ ଆସିଛି । ଛାତ୍ରୀ ଜଣଙ୍କର ଶରୀରର ୭୫ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଏମ୍ସରେ ଚିକିତ୍ସତ  ହେଉଛନ୍ତି ।

ପୂର୍ବରୁ ଏଫଏମ୍ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବିରୋଧି ଦଳ ଓଡ଼ିଶା ବନ୍ଦ କରିଥିଲେ । ପୁଣି ଆଜି ଆଉ ଏକ ଘଟଣା ସାମ୍ନାକୁ ଆସିଛି ଯାହା ପାଇଁ ସରାକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି । ମହିଳା କଂଗ୍ରେସ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବା ସହ ବାସଭବନ ଉପରେ ଟମାଟୋ ମାଡ଼ କରିଛନ୍ତି । ଯାହା ଫଳରେ ପ୍ରଭାତୀ ପରିଡ଼ାଙ୍କ ବାସଭବନ ସାମ୍ନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛି । ଏହି ଅନୁଧ୍ୟାନ କମିଟିକୁ ପିସିସି ସଭାପତି ଗଠନ କରିଛନ୍ତି । ଏହି କମିଟିରେ ୧୨ ଜଣ ସଦସ୍ୟ ରହିଛନ୍ତି । ଖୁବଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ପିସିସି ସଭାପତି ଭକ୍ତ ଦାସଙ୍କୁ ରିପୋର୍ଟ ଦେବ ଏହି ଟିମ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼