Masthead

ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାର ତଦନ୍ତ ପାଇଁ ଗଠନ ହେଲା ଟିମ୍ । ଏସ୍‌ପିଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ଗଠନ କରାଯାଇଛି । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚଳାଇଛି ପୁଲିସ । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇଛି । ଗତକାଲି ରାତିରେ ପୁଲିସ ଜଣଙ୍କୁ ଉଠାଇ ଆଣିଛି । ବାନ୍ଧବୀଙ୍କ ସହ ଆସୁଥିବା ବେଳେ ବିଲକୁ ଟେକିନେଇ ଦୁଇ ଯୁବକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା ।

ଗୁରୁତର ଅବସ୍ଥାରେ ୧୮ ବର୍ଷିୟ ଛାତ୍ରୀଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସଦର ଥାନା ମଜୁରାଇ ଚାନ୍ଦଗଡ଼ ଅଂଚଳର ଯୁବତୀ ରାତି ପ୍ରାୟ ୮ଟା ବେଳେ ଏକ ଜନ୍ମଦିନ ଉତ୍ସବକୁ ଯାଉଥିଲେ । ଜନ୍ମଦିନରେ ଶୀଘ୍ର ପହଞ୍ଚିବା ପାଇଁ ବିଲ ରାସ୍ତା ଦେଇ ବାନ୍ଧବୀଙ୍କ ସହ ଯାଉଥିବା ସମୟରେ ଦୁଇ ଜଣ ଯୁବକ ପୀଡ଼ିତାଙ୍କ ପାଟିକୁ ବନ୍ଦ କରି ଟେକି ନେଇ ଦୁଷ୍କର୍ମ କରିଥିଲେ ।

ତେବେ ଯୁବତୀ ଜଣକ ଚିତ୍କାର କରି ନିଜ ଘରକୁ ଦୌଡ଼ି ପଳେଇ ଆସିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ଏନେଇ ପୀଡ଼ିତାଙ୍କ ବାପା ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଦୁଇ ଜଣ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଖୋଜାଖୋଜି ଜାରି ରଖିଛି । ଘଟଣାସ୍ଥଳରୁ ଏକ ମୋବାଇଲ ପୁଲିସ ଜବତ କରିଛି । ଏହି ମୋବାଇଲ୍ ଅଭିଯୁକ୍ତଙ୍କର ବୋଲି ସନ୍ଦେହ କରୁଛି ପୁଲିସ। ଦୁଇ ଜଣ ଅଭିଯୁକ୍ତ ନିକଟବର୍ତ୍ତୀ ଗାଁର ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା