Masthead

ଉଛୁଳିଲା ନଈ, ବୁଡ଼ିଲା ଗାଁ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଉଛୁଳିଲା ନଈ , ବୁଡ଼ିଲା ଗାଁ । ସୁବର୍ଣ୍ଣ ରେଖା ନଦୀରେ ପ୍ରବଳ ବନ୍ୟାରେ ବୁଡି ରହିଛି ୧୦ରୁ ଅଧିକ ଗାଁ । ତେବେ ଜଳସଂପଦ ବିଭାଗର ସୂଚନା ଆଧାରରେ ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବିପଦ ସଂକେତ ୧୦.୩୬ ମିଟର ଥିବାବେଳେ ଆଜି ଭୋର୍ ୫ ଟା ସୁଦ୍ଧା ବିପଦ ସଂକେତ ଟପି ସର୍ବାଧିକ ଜଳସ୍ତର ୧୧.୪୦ ରେ ପହଁଚିଥିବା ବେଳେ, ସକାଳ ୮ଟା ସୁଦ୍ଧା ଜଳସ୍ତର ହ୍ରାସ ପାଇଥିବା ବେଳେ ୧୧.୨୯ ମିଟରରେ ପ୍ରଭାହିତ ହେଉଛି।

ତେବେ ଜଳସ୍ତର କମୁଥିବାବେଳେ ତଳିଆ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଥିବା ବେଳେ ତଳିଆ ଅଞ୍ଚଳ ବାଲିଆପାଳ ବ୍ଲକରେ ବନ୍ୟାର ସ୍ଥିତି ଗମ୍ଭୀର ଥିବାର ଦେଖିବାକୁ ମିଳିଛି। ବାଲିଆପାଳ ବ୍ଲକର ଅସ୍ତି ନିଖିରା ଜାମକୁଣ୍ଡା ବିଷ୍ନୁପୁର ମଧୁପୁରା ଓ ବାଲିଆପାଳ ପଞ୍ଚାୟତର ୨୦ ଅଧିକ ଗ୍ରାମରେ ବନ୍ୟାପାଣି ପସିଥିବା ବେଳେ, ସ୍ଥାନୀୟ ପ୍ରସାଶନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ପଳାଇ ଯିବାକୁ କୁହାଯାଇଛି।

ବନ୍ୟା ପାଣି ରାସ୍ତା ଉପରେ ପ୍ରଭାହିତ ହେଉଥିବାରୁ ଯାତାୟାତ ରେ ବାଧା ସୃଷ୍ଟି ହୋଇଛି। ସେପଟେ ଜାମକୁଣ୍ଡା ଛକରୁ ଜାମକୁଣ୍ଡା ଲକ୍ ପର୍ଯ୍ୟନ୍ତ ରାସ୍ତା ଦୁର୍ବଳ ଥିବାରୁ ଗ୍ରାମବାସୀ ଦ୍ବାରା ବାଲିବସ୍ତା ପକାଯାଇଛି । ସେପଟେ ମଧୁପୁରା ପଞ୍ଚାୟତର ପଞ୍ଚୁରୁଖି ଗ୍ରାମର ନଦୀବନ୍ଧ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ପ୍ରଶାସନ ସଜାଗ ରହିଥିବା ସୂଚନା ମିଳିଛି। ତେବେ ଆଶ୍ବସ୍ତର କଥା ବନ୍ୟା କମୁଥିବା ବେଳେ ଅପରାହ୍ନ ଗୋଟାଏ ସୁଦ୍ଧା ବିପଦ ସଂକେତ ତଳକୁ ପାଣି ଖସିବାର ସୂଚନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ