Masthead

ଉଛୁଳିଲା ନଈ, ବୁଡ଼ିଲା ଗାଁ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଉଛୁଳିଲା ନଈ , ବୁଡ଼ିଲା ଗାଁ । ସୁବର୍ଣ୍ଣ ରେଖା ନଦୀରେ ପ୍ରବଳ ବନ୍ୟାରେ ବୁଡି ରହିଛି ୧୦ରୁ ଅଧିକ ଗାଁ । ତେବେ ଜଳସଂପଦ ବିଭାଗର ସୂଚନା ଆଧାରରେ ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବିପଦ ସଂକେତ ୧୦.୩୬ ମିଟର ଥିବାବେଳେ ଆଜି ଭୋର୍ ୫ ଟା ସୁଦ୍ଧା ବିପଦ ସଂକେତ ଟପି ସର୍ବାଧିକ ଜଳସ୍ତର ୧୧.୪୦ ରେ ପହଁଚିଥିବା ବେଳେ, ସକାଳ ୮ଟା ସୁଦ୍ଧା ଜଳସ୍ତର ହ୍ରାସ ପାଇଥିବା ବେଳେ ୧୧.୨୯ ମିଟରରେ ପ୍ରଭାହିତ ହେଉଛି।

ତେବେ ଜଳସ୍ତର କମୁଥିବାବେଳେ ତଳିଆ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଥିବା ବେଳେ ତଳିଆ ଅଞ୍ଚଳ ବାଲିଆପାଳ ବ୍ଲକରେ ବନ୍ୟାର ସ୍ଥିତି ଗମ୍ଭୀର ଥିବାର ଦେଖିବାକୁ ମିଳିଛି। ବାଲିଆପାଳ ବ୍ଲକର ଅସ୍ତି ନିଖିରା ଜାମକୁଣ୍ଡା ବିଷ୍ନୁପୁର ମଧୁପୁରା ଓ ବାଲିଆପାଳ ପଞ୍ଚାୟତର ୨୦ ଅଧିକ ଗ୍ରାମରେ ବନ୍ୟାପାଣି ପସିଥିବା ବେଳେ, ସ୍ଥାନୀୟ ପ୍ରସାଶନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ପଳାଇ ଯିବାକୁ କୁହାଯାଇଛି।

ବନ୍ୟା ପାଣି ରାସ୍ତା ଉପରେ ପ୍ରଭାହିତ ହେଉଥିବାରୁ ଯାତାୟାତ ରେ ବାଧା ସୃଷ୍ଟି ହୋଇଛି। ସେପଟେ ଜାମକୁଣ୍ଡା ଛକରୁ ଜାମକୁଣ୍ଡା ଲକ୍ ପର୍ଯ୍ୟନ୍ତ ରାସ୍ତା ଦୁର୍ବଳ ଥିବାରୁ ଗ୍ରାମବାସୀ ଦ୍ବାରା ବାଲିବସ୍ତା ପକାଯାଇଛି । ସେପଟେ ମଧୁପୁରା ପଞ୍ଚାୟତର ପଞ୍ଚୁରୁଖି ଗ୍ରାମର ନଦୀବନ୍ଧ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ପ୍ରଶାସନ ସଜାଗ ରହିଥିବା ସୂଚନା ମିଳିଛି। ତେବେ ଆଶ୍ବସ୍ତର କଥା ବନ୍ୟା କମୁଥିବା ବେଳେ ଅପରାହ୍ନ ଗୋଟାଏ ସୁଦ୍ଧା ବିପଦ ସଂକେତ ତଳକୁ ପାଣି ଖସିବାର ସୂଚନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ