Masthead

ଲାହୋରରୁ ସୁନ୍ଦରଗଡ଼: ୨୦ ବର୍ଷ ପରେ ଫେରୁଛନ୍ତି ବିର୍ଜୁ

ରାଜଗାଙ୍ଗପୁର (ବଡ଼ ଖବର ବ୍ୟୁରୋ): ଆପଣ ଜାଣିଛନ୍ତି କାହାଣୀ ସରବଜିତଙ୍କ । ଫେରିବେ ଫେରିବେ ଯେ ପାକିସ୍ତାନରୁୁ ଫେରିପାରିଲେ ନାହିଁ । ଏବେ ବି ମୁକ୍ତି ଅପେକ୍ଷାରେ କୁଳଭୂଷଣ ଯାଦବ । ଫିଲ୍ସରେ ବୀର-ଜାରାର କାହାଣୀ ବି ଆପଣ ଦେଖିଛନ୍ତି । ପାକିସ୍ତାନରେ କେହି ଭାରତୀୟ ଫସିଲେ ଅକଥନୀୟ ନିର୍ଯାତନା ସହିବାକୁ ହୁଏ । ଯଦି ମୁକ୍ତି ମିଳିଗଲା ତାହେଲେ ନିଶ୍ଚୟ ସୌଭାଗ୍ୟର କଥା । ଏମିତି ଜଣେ ସୌଭାଗ୍ୟଶାଳୀ ହେଉଛନ୍ତି ଓଡ଼ିଶାର ବିର୍ଜୁ କୁଲୁ ।

ବିର୍ଜୁ କୁଲୁଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ କଟଙ୍ଗ ପଞ୍ଚାୟତ ଜଙ୍ଗାଟୋଲି ଗାଁରେ । ସେ ଜଣେ ମାନସିକ ଅନଗ୍ରସର । ବିର୍ଜୁଙ୍କୁ ୨୫ ବର୍ଷ ହୋଇଥିବା ବେଳେ ସେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜା ଖୋଜି ପରେ ତାଙ୍କର ପତ୍ତା ମିଳି ନ ଥିଲା । ମାନସିକ ଅନଗ୍ରସର ହୋଇଥିବାରୁ ସେ ପାକିସ୍ତାନ ସୀମା ଭିତରକୁ ଚାଲି ଯାଇଥିଲେ । ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ସରକାର ତାଙ୍କୁ ଲାହୋର ଜେଲରେ ରଖିଥିଲେ । ତାଙ୍କ ମୁକ୍ତି ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗ କରିଥିଲେ । ବିର୍ଜୁଙ୍କ ମୁକ୍ତି ପାଇଁ ଭାରତ ସରକାର ପାକିସ୍ତାନ ସରକାରଙ୍କ ସହ ଚଳାଇ ଥିଲେ ଆଲୋଚନା । ଏହା ଭିତରେ କଟିଯାଇଛି ଦୀର୍ଘ ୨୦ ବର୍ଷ । ୨୫ ବର୍ଷର ବିର୍ଜୁ ଏବେ ୪୫ ବର୍ଷରେ ପହଞ୍ଚିଛନ୍ତି ।
ଶେଷରେ ବିର୍ଜୁଙ୍କ ପରିବାରର ବିଜୟ ହୋଇଛି । ଅକ୍ଟୋବର ମାସ ୨୬ରେ ବିର୍ଜୁଙ୍କୁ ପାକିସ୍ତନ ସରକାର ମୁକ୍ତ କରିଥିଲେ । ସେଦିନ ସେ ଅତିକ୍ରମ କରିଥିଲେ ୱାଘା ସୀମାନ୍ତ । ଖବର ପାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁତ୍ରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ୱାଘା ସୀମାନ୍ତରେ ବିର୍ଜୁଙ୍କୁ ସ୍ୱାଗତ କରିଥିଲେ । କିନ୍ତୁ କରୋନା କଟକଣା ଭିତରେ ତାଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିଲା ଅମୃତସରରେ ।
ଅମୃତସରରୁ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଗତ ୬ତାରିଖରେ ଏକ ସ୍ୱତନ୍ତ୍ର ଗାଡ଼ିରେ ତାଙ୍କୁ ସୁନ୍ଦରଗଡ଼ ଆଣୁଛନ୍ତି । ଆସନ୍ତକାଲି ସକାଳେ ବିର୍ଜୁ କୁତ୍ରା ବ୍ଲକ ଅଫିସରେ ପହଞ୍ଚିବେ । ଏପଟେ ତାଙ୍କ ପୌତୃକ ଗ୍ରାମରେ ଲାଗିରହିଛି ଉତ୍କଣ୍ଠା । ନାଚ ଗୀତ ମାଧ୍ୟମରେ ବିର୍ଜୁଙ୍କୁ ସ୍ୱାଗତ କରିବାକୁ ଗ୍ରାମବାସୀ ତୟାର । ଆଉ ତାଙ୍କ ପରିବାରରେ ଲାଗିରହିଛି ଖୁସିର ମାହେଲ ।
ସ୍ତ୍ରୀ ଟୁନା କୁଲୁ ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ବିର୍ଜୁଙ୍କର ଥିଲା ଏକ ସଂସାର । ଏବେ ତାଙ୍କ ସ୍ତ୍ରୀ ଆଉ ଇହଧାମରେ ନାହାନ୍ତି । ପୁଅ ଝିଅ ବାହା ହୋଇ ଘର ସଂସାର କଲେଣି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ