Masthead

କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ?

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ । ଫରେଷ୍ଟର ସଞ୍ଜୟ ମହାନ୍ତିଙ୍କ ନାଁରେ ମାଳ ମାଳ ଅଭିଯୋଗ । ବାବୁଙ୍କ ନାଁରେ ୪ ବର୍ଷରେ ୨୦ ଅଭିଯୋଗ । ପଶ୍ଚିମବଙ୍ଗକୁ ଚୋରାରେ କାଠ ସପ୍ଲାଏ କରୁଥିବା ଅଭିଯୋଗ । ସବୁ ଜାଣି ଚୁପ ବସିଛନ୍ତି ଡିଏଫଓ, ରେଞ୍ଜର । କେମିତି ଓ କିପରି ଗୋଟିଏ ସ୍ଥାନରେ ବର୍ଷ ବର୍ଷ ଜଳେଶ୍ବର ଫରେଷ୍ଟ ରେଞ୍ଜର ଉଦୟପୁର ବିଟ୍ ମୁଖ୍ୟ ସଂଜୟ ମହାନ୍ତି କରୁଛନ୍ତି କାର୍ଯ୍ୟ । ଅନ୍ୟତ୍ର ବଦଳି ନହେବା ପଛରେ କ’ଣ ରହିଛି ରହସ୍ୟ । ବଦଳି ହେବାକୁ ନିଜେ ଚାହୁଁନାହାଁନ୍ତି ନା ବାଲେଶ୍ବର ଡିଏଫଓ ଏବଂ ଜଳେଶ୍ବର ରେଞ୍ଜରଙ୍କ ରହିଛି ଅନୁକମ୍ପା ।

ବାବୁଙ୍କ ନାଁରେ ଚାରି ବର୍ଷରେ ୨୦ ରୁ ଅଧିକ ଅଭିଯୋଗ ଥିଲେବି ବାଲେଶ୍ବର ଡିଏଫଓ ଚୁପ୍ ବସିବା ଯାହା ସମସ୍ତଙ୍କୁ ସନ୍ଦହେ କଲାଣି । ଉଦୟପୁର ବିଟ୍ ଫରେଷ୍ଟର ସଂଜୟ ମହାନ୍ତି ଓଡ଼ିଶା ପଶ୍ଚିମବଙ୍ଗ ସୀମା ଭୋଗରାଇରେ କାଠ ମାଫିଆଙ୍କୁ ଧରିବା ପରିବର୍ତ୍ତେ ବୁଝାବଣା କରି ପଶ୍ଚିମବଙ୍ଗକୁ କାଠ ସପ୍ଲାଏ କରାଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ସଂପର୍କରେ ଜାଣିବା ପାଇଁ ଚେଷ୍ଟା କରିଥିଲେ ବି ଫରେଷ୍ଟ ବାବୁ ଜଣକ ପ୍ରଶ୍ନର ଉତ୍ତର ନଦେଇ କ୍ୟାମେରା ଆଗରୁ ଏଡେଇ ଯାଉଛନ୍ତି । ସେପଟେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ବାଲେଶ୍ବର ଡିଏଫଓ କହିଛନ୍ତି ଯେ ଅଭିଯୋଗ କୁ ତଦନ୍ତ କରି ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ