Masthead

କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ?

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ । ଫରେଷ୍ଟର ସଞ୍ଜୟ ମହାନ୍ତିଙ୍କ ନାଁରେ ମାଳ ମାଳ ଅଭିଯୋଗ । ବାବୁଙ୍କ ନାଁରେ ୪ ବର୍ଷରେ ୨୦ ଅଭିଯୋଗ । ପଶ୍ଚିମବଙ୍ଗକୁ ଚୋରାରେ କାଠ ସପ୍ଲାଏ କରୁଥିବା ଅଭିଯୋଗ । ସବୁ ଜାଣି ଚୁପ ବସିଛନ୍ତି ଡିଏଫଓ, ରେଞ୍ଜର । କେମିତି ଓ କିପରି ଗୋଟିଏ ସ୍ଥାନରେ ବର୍ଷ ବର୍ଷ ଜଳେଶ୍ବର ଫରେଷ୍ଟ ରେଞ୍ଜର ଉଦୟପୁର ବିଟ୍ ମୁଖ୍ୟ ସଂଜୟ ମହାନ୍ତି କରୁଛନ୍ତି କାର୍ଯ୍ୟ । ଅନ୍ୟତ୍ର ବଦଳି ନହେବା ପଛରେ କ’ଣ ରହିଛି ରହସ୍ୟ । ବଦଳି ହେବାକୁ ନିଜେ ଚାହୁଁନାହାଁନ୍ତି ନା ବାଲେଶ୍ବର ଡିଏଫଓ ଏବଂ ଜଳେଶ୍ବର ରେଞ୍ଜରଙ୍କ ରହିଛି ଅନୁକମ୍ପା ।

ବାବୁଙ୍କ ନାଁରେ ଚାରି ବର୍ଷରେ ୨୦ ରୁ ଅଧିକ ଅଭିଯୋଗ ଥିଲେବି ବାଲେଶ୍ବର ଡିଏଫଓ ଚୁପ୍ ବସିବା ଯାହା ସମସ୍ତଙ୍କୁ ସନ୍ଦହେ କଲାଣି । ଉଦୟପୁର ବିଟ୍ ଫରେଷ୍ଟର ସଂଜୟ ମହାନ୍ତି ଓଡ଼ିଶା ପଶ୍ଚିମବଙ୍ଗ ସୀମା ଭୋଗରାଇରେ କାଠ ମାଫିଆଙ୍କୁ ଧରିବା ପରିବର୍ତ୍ତେ ବୁଝାବଣା କରି ପଶ୍ଚିମବଙ୍ଗକୁ କାଠ ସପ୍ଲାଏ କରାଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ସଂପର୍କରେ ଜାଣିବା ପାଇଁ ଚେଷ୍ଟା କରିଥିଲେ ବି ଫରେଷ୍ଟ ବାବୁ ଜଣକ ପ୍ରଶ୍ନର ଉତ୍ତର ନଦେଇ କ୍ୟାମେରା ଆଗରୁ ଏଡେଇ ଯାଉଛନ୍ତି । ସେପଟେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ବାଲେଶ୍ବର ଡିଏଫଓ କହିଛନ୍ତି ଯେ ଅଭିଯୋଗ କୁ ତଦନ୍ତ କରି ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ