Masthead

ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ

କୋଇଡ଼ା (ବଡ଼ ଖବର ବ୍ୟୁରୋ) : ଖଣି ଅଞ୍ଚଳର ରାସ୍ତାଘାଟ ଉନ୍ନତି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବାସ୍ତବରେ ପରିସ୍ଥିତି କିନ୍ତୁ ଭିନ୍ନ। ରାସ୍ତା ଦୂରବସ୍ଥା ଯୋଗୁ ଜାତୀୟ ରାଜପଥରେ ବାଇକ୍‌ ଆମ୍ବୁଲାନ୍ସ ଅଧଘଣ୍ଟା ଫସିରହିବା ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ। ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳର ଲାଇଫ୍‌ ଲାଇନ୍ କୁହାଯାଉଥିବା ୫୨୦ ନମ୍ବର ଜାତୀୟ ରାଜପଥ ଅବସ୍ଥା ଏଥିରୁ ଅନୁମେୟ। ସୂଚନା ଅନୁଯାୟୀ ଗତ ୨୪ ତାରିଖରେ ବଡରକ୍ସି ପଞ୍ଚାୟତ ପୁରୁଣାପାଣି ଗ୍ରାମର ମୁଗାନ୍ତି ସିଂ ପ୍ରସବ ପାଇଁ କେବଲାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଆସିଥିଲେ ।

ପ୍ରସବ ପରେ ଗୋଟିଏ ଦିନ ରହି ଶନିବାର ଦିନ ୧୦ଟା ସମୟରେ ତାଙ୍କୁ ଡାକ୍ତରଖାନାରୁ ଡିସ‌ରସଚାର୍ଜ କରାଯାଇଥିଲା। ରାସ୍ତା ଖରାପ ଯୋଗୁ ଚାରିଚକିଆ ଆମ୍ବୁଲାନ୍ସ ଯିବାରେ ସମସ୍ୟା ଥିବାରୁ ଡାକ୍ତରଖାନା ପକ୍ଷରୁ ବାଇକ୍‌ ଆମ୍ବୁଲାନ୍ସ ଯୋଗେ ପ୍ରସୂତି ଓ ନବଜାତକକୁ ତାଙ୍କ ଗାଁ ପୁରୁଣାପାଣିକୁ ପଠାଯାଇଥିଲା। କିଛି ବାଟ ଆସିଲା ପରେ ରକ୍ସି ରେଳଫାଟକ ନିକଟ ଜାତୀୟ ରାଜପଥ କାଦୁଅରେ ଆମ୍ବୁଲାନ୍ସଟି ଫସି ଯାଇଥିଲା।

ଚାଳକ ଯେତେ ଚେଷ୍ଟା କଲେ ବି କାଦୁଅ ପଙ୍କରୁ ବାଇକ୍ ବାହାରିଲା ନାହିଁ। ଏ ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ବସ୍, ଛୋଟଗାଡ଼ି ଅଟକିଥିଲେ। ଯାତ୍ରୀମାନେ କାଦୁଅରେ ପଶି ବାଇକ୍ ଆମ୍ବୁଲାନ୍ସକୁ କାଦୁଅରୁ ବାହାର କରିଥିଲେ। ଏହା ପରେ ପ୍ରସୂତି ଓ ନବଜାତକଙ୍କୁ ପୁରୁଣା ପାଣିରେ ଛଡ଼ାଯାଇଥିଲା। ବାଇକ୍‌ ଆମ୍ବୁଲାନ୍ସ ଚାଳକ ଜେନା ମୁଣ୍ଡା ଏହି ସମସ୍ୟା ନିତିଦିନିଆ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ