Masthead

ପରିସ୍ରା ପିଆଇବା ଘଟଣା, ପିଅନ ଗିରଫ

 ଗଜପତି (ବଡ଼ ଖବର ବ୍ୟୁରୋ): ମୋହନା ଆରଡବ୍ଲ୍ୟୁଏସଏସ ବିଭାଗୀୟ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣା । ପିଅନକୁ ଗିରଫ କଲା ଆର୍. ଉଦୟଗିରି ଥାନା ପୋଲିସ । ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଇବାକୁ ଦେଇଥିଲେ ପିଅନ । ଆର୍. ଉଦୟଗିରି ଥାନାରେ ଯନ୍ତ୍ରୀଙ୍କ ଅଭିଯୋଗ ପରେ ଚାଲିଥିଲା ତଦନ୍ତ । ଯନ୍ତ୍ରୀ ଜଣକ ଜାଣି ନ ପାରି ପରିସ୍ରା ପିଇ ଦେବାରୁ ଅସୁସ୍ଥ ହୋଇପଡ଼ିଥିଲେ । ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ପରେ ଯନ୍ତ୍ରୀ ଜଣକ ଅଭିଯୋଗ କରିଥିଲେ ।

ଗତ ୨୨ ତାରିଖରେ ଯନ୍ତ୍ରୀ ସଚିନ ଗୌଡ଼ ଆର.ଉଦୟଗିରିରେ ଯନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ୨୩ ତାରିଖ ରାତିରେ ଖାଇବା ପରେ ସେ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପିଅନ ଶିବ ନାରାୟଣ ନାୟକଙ୍କୁ ପିଇବା ପାଇଁ ପାଣି ମାଗିଥିଲେ। ହେଲେ ପିଅନ ଜଣଙ୍କ ପାଣି ବଦଳରେ ଷ୍ଟିଲ ବୋତଲରେ ପରିସ୍ରା ଦେଇଥିଲେ । ଯନ୍ତ୍ରୀଙ୍କ ସମେତ ସେହି ବୋତଲ ପାଣିକୁ ଦୁଇ ଜଣ କର୍ମଚାରୀ ପିଇବା ପରେ ତାହା ପରିସ୍ରା ବୋଲି ସନ୍ଦେହ କରିଥିଲେ ।

ସନ୍ଦେହ ଦୂର କରିବା ପାଇଁ ସେହି ବୋତଲ ପାଣିକୁ ପରୀକ୍ଷାଗାରକୁ ପଠାଇଥିଲେ । ପରୀକ୍ଷା ପରେ ପାଣିରେ ୨.୦ ପରିମାଣର ଆମୋନିଆ ଥିବାରୁ ସେଥିରେ ପରିସ୍ରା ମିଶିଥିବା ସଂଦେହ ହୋଇଛି । ଅଧିକ ପରୀକ୍ଷା ପାଇଁ ପାରଳାଖେମୁଣ୍ଡି ଲ୍ୟାବକୁ ପଠା ଯାଇଛି । ଯନ୍ତ୍ରୀ ଜଣଙ୍କ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏଥିସହ ଓଡିଶା ପାନୀୟ ଜଳ ନିର୍ଦ୍ଦେଶକଙ୍କ ସମେତ ଜାତୀୟ ମାନବାଧିକର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ