Masthead

ବାଟଗାଁକୁ ନାହିଁ ବାଟ

କୋଇଡା (ବଡ଼ ଖବର ବ୍ୟୁରୋ) : ଲହୁଣୀପଡା ବ୍ଲକ୍ ଭୁତୁଡ଼ା ପଞ୍ଚାୟତ ବାଟଗାଁକୁ ବାଟ ନାହିଁ । ଜଙ୍ଗଲ ପାହାଡ ମଧ୍ୟରେ ପଥୁରିଆ ରାସ୍ତାରେ ଲୋକେ ଜୀବନ ମରଣ ସହିତ ଜୁଝୁଛନ୍ତି । ଏବେ ବର୍ଷା ଦିନରେ କରୁଣ ଚିତ୍ର ଦେଖିବାକୁ ମିଳିଛି । ଏହି ଗ୍ରାମରୁ ଏବେ କୌଣସି ବୃଦ୍ଧ ବୃଦ୍ଧା କିମ୍ବା ପ୍ରସୂତିଙ୍କୁ ଡାକ୍ତରଖାନା ନେବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । କାରଣ ବିଗତ ଦିନ ୨୦୨୦ -୨୧ ମସିହା ରେ ଜିଲ୍ଲା ଖଣିଜ ପାଣ୍ଠିରୁ ୫ କୋଟି ୭୨ ଲକ୍ଷ ଟଙ୍କା ଉକ୍ତ ରାସ୍ତାର ନିର୍ମାଣ ପାଇଁ ସରକାର ମଞ୍ଜୁର କରିଥିଲେ ।

ଏହି ରାସ୍ତା ପାଲକୁଦର ଠାରୁ ବାଟଗାଁ କୁ ଯିବାର ଥିଲା । କିନ୍ତୁ ସରକାର ବଦଳିବା ପରେ ଉକ୍ତ ରାସ୍ତା କାମ କରୁଥିବା ଠିକା ସଂସ୍ଥା ଛୁ ମାରିଛି । ଯାହା ଫଳରେ ଉକ୍ତ ରାସ୍ତା ଏବେ ଯମଯନ୍ତ୍ରଣା ଦେଉଛି । ଗ୍ରାମର କୌଣସି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଗ୍ରାମରୁ କିଛି ବାଟ ଗ୍ରାମବାସୀ ଖଟିଆରେ ବୋହି ବୋହି ଆଣୁଛନ୍ତି । ପରେ ମୋଟର ସାଇକେଲ ଯୋଗେ ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ଆସିଲେ ଆମ୍ବୁଲାନ୍ସ ଯୋଗେ ରୋଗୀ ଙ୍କୁ ୫୦ କିମି ଦୂରରେ ଥିବା ଲହୁଣୀପଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଏ । ସନ୍ଧ୍ୟା କି ରାତି ହେଲେ ଭୟ ଆହୁରି ବଢିଯାଏ । କାରଣ ଗ୍ରାମରେ ବିଜୁଳି ନାହିଁ ।

ଗତ କିଛି ଦିନ ତଳେ ଗ୍ରାମବାସି ନିଜ ଅଞ୍ଚଳ ରାସ୍ତା ପାଇଁ ଦାବି କରିଥିଲେ ହେଲେ ତାଙ୍କୁ ପ୍ରଶାସନିକ ଡର ଦେଖାଇ ତାଙ୍କୁ ହଡତାଳରୁ ନିବୃତ ରହିବାକୁ କୁହାଯାଇଥିଲା । ପ୍ରାୟ ଗୋଟିଏ ମାସ ହେବ ଏହିଭଳି ଦୁଃଖ ଏହି ଅଞ୍ଚଳ ବାସି ନିତି ସାମ୍ନା କରିଆସୁଛନ୍ତି । ଏହି ଅଞ୍ଚଳ ରେ ଓଏମସି ପରିଚାଳିତ କୁର୍ମିତ୍ତର ପାହାଡ଼ ଏବଂ ରୁଙ୍ଗଟା ଖଣି ରହିଛି । କିନ୍ତୁ ଦୁଃଖ ର ବିଷୟ ଗରିବ ଆଦିବାସୀଙ୍କ ଦୁଃଖ କୌଣସି ସରକାରୀ ବାବୁ କିମ୍ବା ଖଣି ଅଧିକାରୀଙ୍କ ନଜରରେ ଆସୁନାହିଁ । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ