Masthead

6 ଘଣ୍ଟିଆ ପୁରୀ ବନ୍ଦ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି 6 ଘଣ୍ଟିଆ ପୁରୀ ବନ୍ଦ ।  ବଳଙ୍ଗା ନାବାଳିକାଙ୍କୁ ନ୍ୟାୟ ଦାବିରେ ପୁରୀ ଜିଲ୍ଲା ବିଜେଡ଼ି ପକ୍ଷରୁ ଆଜି ୬ ଘଣ୍ଟିଆ ପୁରୀ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ବିଜେଡି ନେତା କର୍ମୀ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ଫଳରେ ଦୋକାନ ବଜାର ବନ୍ଦ ରହିଛି । ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଥିବା ବେଳେ ଆଶିଂକ ପ୍ରଭାବ ଦେଖିବାକୁ ମିଳିଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବିଜେଡ଼ି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ଡାକରା ପ୍ରଭାବ ଆଂଶିକ ପଡିଥିବା ଦେଖିବାକୁ ମିଳିଛି । ସକାଳୁ ଘରୋଇ ବସ ଚଳାଚଳ ବନ୍ଦ ରହିଛି । ଦିନ 12ଟା ପରେ ଚାଲିବ ।  ବସ ବସଷ୍ଟାଣ୍ଡ ଓ ବଡଦାଣ୍ଡରେ ଦୋକାନ ବଜାର ବନ୍ଦ ରହିଛି ।

ଦିନ 12ଟା ପରେ ଖୋଲିବ ଦୋକାନ।   ସହର ଅନ୍ୟ ଅଞ୍ଚଳରେ ଦୋକାନ ଖୋଲା ରହିଛି । ଅଟୋ ଚଳାଚଳ ସ୍ବାଭାବିକ ରହିଛି । ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ଚିକିତ୍ସା ସମୟରେ କିଭଳି ମୃତ୍ୟୁ ହେଲା ଏବଂ ମୃତ୍ୟୁର କାରଣ ଏବେ ସମ୍ପୂର୍ଣ୍ଣ ରହସ୍ୟ ଘେରରେ‌ ରହିଛି ।  ପୋଲିସର ତଦନ୍ତ ଉପରେ ମଧ୍ୟ ବିଜେଡି ପ୍ରଶ୍ନ ଉଠାଇଛି‌ । ଯଥାଶୀଘ୍ର ଘଟଣାର ସତ୍ୟାସତ୍ୟ ସରକାର ଉନ୍ମୋଚନ କରନ୍ତୁ ବୋଲି ବିଜେଡି ଦାବି କରିଛି ।  ଏଥିସହ ରାଜ୍ୟ ସରକାର ଜାଣିଶୁଣି ଦୋଷୀକୁ ଚିହ୍ନଟ କରୁନଥିବା ବିଜେଡି ଅଭିଯୋଗ କରିଛି । ସେହିପରି ପୀଡ଼ିତାଙ୍କ ପରିବାର ଉପରେ କଣ ଚାପ ପଡିଲା ଯାହାଫଳରେ ପୀଡ଼ିତାଙ୍କ ବାପା ନିଜର ମତ ପରିବର୍ତ୍ତନ କରାଇଛନ୍ତି ।  ତୁରନ୍ତ ଏହାର ସତ୍ୟାସତ୍ୟ ସାମ୍ନାକୁ ନ ଆସିଲେ ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।‌

ସେପଟେ ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।  ବିଜେଡିର ହରତାଳ ଆରମ୍ଭ ହୋଇଥିବାବେଳେ ପୁରୀ ସହରରେ ଜୀବନ ଯାତ୍ରା ସ୍ବାଭାବିକ ରହିଛି ।  ଗାଡ଼ି ମଟର ଯାତ୍ରା ସ୍ବାଭାବିକ ରହିଛି  ।  ପୁରୀ ବିଧାୟକ ସୁନିଲ ମହାନ୍ତି କହିଛନ୍ତି, କେବଳ ଲୋକଙ୍କ ଭିତରେ ନାରୀ ସୁରକ୍ଷା ନେଇ ବିଜେପି ସରକାର ବିରୋଧରେ ପ୍ରତିବାଦ ଜାରି ରଖିବା ଉଦ୍ଦେଶ୍ୟରେ ଏହି ହରତାଳ କରାଯାଉଛି। ସେପଟେ କୌଣସି ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ଛକରେ ପୋଲିସ କଡା ପ୍ରହରା ଦେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ