ବିହାର ଫଳାଫଳ ପୂର୍ବରୁ କଂଗ୍ରେସର ଷ୍ଟ୍ରାଟେଜି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ସରିଛି ହାଇଭୋଲଟେଜ୍ ବିହାର ନିର୍ବାଚନ। ଏହାରି ଭିତରେ ଏକଜିଟ୍ ପୋଲର ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି। ହତ୍ଚକିତ କରିଛି ବିଭିନ୍ନ ସଂସ୍ଥାର ସର୍ଭେ ରିପୋର୍ଟ। ଏକଜିଟ୍ ପୋଲର ଆକଳନ ଯଦି ସତ ହୁଏ ତାହେଲେ ମହାଗଠବନ୍ଧନ ଏଥର ବିହାର ରାଜନୈତିକ ଗାଦି ହାତେଇବ। ପୂର୍ବ ଘୋଷଣା ଅନୁସାରେ ମୁଖ୍ୟମନ୍ତ୍ରୀ ହେବେ ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ। ତେଜସ୍ୱୀ ଗାଦିରେ ବସିବା ପରେ ମହାଗଠବନ୍ଧନର ଅଂଶୀଦାର କଂଗ୍ରେସକୁ ବଡ଼ ସଫଳତା ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ସେପଟେ ଏହାକୁ ନେଇ ନିଜର ରାଜନୈତିକ ଗୋଟି ଚଳାଇଛି କଂଗ୍ରେସ। ଏଥିପାଇଁ କଂଗ୍ରେସ ହାଇକମାଣ୍ଡ ୨ଜଣଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି । ଦଳର ମୁଖପାତ୍ର ରଣଦୀପ ସୁରଜେୱାଲା ଓ ଅବିନାଶ ପାଣ୍ଡେଙ୍କୁ ବିହାର ପର୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛନ୍ତି ସୋନିଆ ଗାନ୍ଧୀ। ଏହି ଦୁଇ ନେତା ବିହାରରେ ପହଞ୍ଚି ସେଠାକାର ସ୍ଥିତି ଅନୁଧ୍ୟାନ କରିବେ। ତା’ପରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ। ଚୂଡ଼ାନ୍ତ ନିଷ୍ପତ୍ତି ପରେ ଆଗାମୀ ରଣକୌଶଳ ପ୍ରସ୍ତୁତ କରିବ ଦଳ। ଶନିବାର ତୃତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ ହୋଇଥିବା ବେଳେ ୧୦ରେ ଫଳାଫଳ ପ୍ରକାଶ ପାଇବ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’