Masthead

ପାକିସ୍ତାନରେ ବନ୍ୟାର ବୀଭିଷିକା, ମୃତ୍ୟୁ ସଂଖ୍ୟା ୩ଶହ ପାର୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ବନ୍ୟାର ବୀଭିଷିକା । ଏଥିରେ ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଲଗାତର ମୂଷଳ ଧାରାର ବର୍ଷା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତର ପୂର୍ବ ପାକିସ୍ତାନ ବିଶେଷକରି ଖାଇବର ପଖତୁନୱା ବେଶି ପ୍ରଭାବିତ ହୋଇଛି । ସ୍ବାତ୍, ବର୍ଣ୍ଣର, ସାଙ୍ଗଲା, ମାନସେହରା, ବାଟାଗ୍ରାମ ପରି ଜିଲ୍ଲାରେ ବନ୍ୟାର ପ୍ରକୋପ ମାରାତ୍ମକ ରହିଛି । ବନ୍ୟା ଯୋଗୁଁ ପାକିସ୍ତାନରେ ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି ।

 ଅନେକ ନିଖୋଜ ହୋଇଛନ୍ତି । ଖାଇବର  ପଖ୍‌ତୁନ୍‌ଖ୍ୱା ପ୍ରଦେଶରେ ସର୍ବାଧିକ କ୍ଷୟକ୍ଷତି  ହୋଇଛି । ଏଠାରେ ବିଭିନ୍ନ ନଦୀରେ ଭୟଙ୍କର ବନ୍ୟା  ଆସିବାରୁ ଲୋକଙ୍କ ଘରଦ୍ୱାର ଭାସିଯାଇଛି । କେବଳ  ଏହି ପ୍ରଦେଶରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ  ହାନି ଘଟିଛି । ପାକିସ୍ତାନରେ ବର୍ଷା ବିତ୍ପାତ ଆସନ୍ତା  ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବା ନେଇ ପାଣିପାଗ  ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଫଳରେ  ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି ।

ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ପାକିସ୍ତାନର ବିଭିନ୍ନ  ଜିଲ୍ଲାରେ ଅଚାନକ ବନ୍ୟା ଆସିଥିଲା । ଏଥିରେ ୨୦୦ରୁ  ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଅଧିକାରୀଙ୍କ  ମୁତାବକ, ୯ଟି ଜିଲ୍ଲାରେ ପ୍ରାୟ ୨ ହଜାର ଉଦ୍ଧାର  କର୍ମୀ ରେସ୍କ୍ୟୁ ଅପରେସନରେ ମୁତୟନ ହୋଇଛନ୍ତି ।  କିନ୍ତୁ ଏବେ ବି ଅନେକ ପ୍ରଭାବିତ ଅଞ୍ଚଳ ଅପହଞ୍ଚ  ରହିଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ବାଦଲ  ଫାଟିବା ଯୋଗୁ ଭୂସ୍ଖଳନ ଘଟିଛି । ଅନେକ ସଡ଼କ ବନ୍ୟା ଯୋଗୁ ନଷ୍ଟ ହୋଇଯାଇଛି ।

ଫଳରେ ପ୍ରଭାବିତ  ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବା ମୁସ୍କିଲ ହୋଇପଡ଼ିଛି । ଏମିତି କି ଆମ୍ବୁଲାନ୍ସ ସେବା ବି ପହଞ୍ଚି  ପାରୁନାହିଁ । ଉଦ୍ଧାର କରିବାକୁ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଏଥିରେ ଥିବା ୫ ଜଣଙ୍କର ମୃତ୍ୟୁ ଘଟିଛି । ଏସବୁ ଭିତରେ ଖାଇବର ପଖତୁନୱାରେ ଅଗଷ୍ଟ ୨୧ ଯାଏଁ ବର୍ଷା ଲାଗିରହିବ ବୋଲି ସେଠାକାର ପାଣିପାଗ ସଂସ୍ଥା ଚେତାଇ ଦେଇଛି  । ଫଳରେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ