Masthead

ଡ୍ରଗସ୍ ମାମଲାରେ ଫସିଲେ ଟଲିଉଡର ଏହି ଅଭିନେତା, ଅଭିନେତ୍ରୀ..

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଡ୍ରଗସ୍ ମାମଲରେ ଛନ୍ଦି ହୋଇଯାଇଛନ୍ତି ଟଲିଉଡ ସେଲିବ୍ରେଟି । ପୂର୍ବରୁ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ କଥା ତ ଆପଣ ଜାଣିଥିବେ । ଜଣଙ୍କ ପରେ ଜଣେ କିପରି ଡ୍ରଗସ୍ ମାମଲାରେ ସାମ୍ନାକୁ ଆସିଥିଲେ । ଆଉ ଏବେ ପୁଣି ଥରେ ସମାନ ମାମଲାରେ ଫସିଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଓ ଅଭିନେତା ରାଣା ଦଗୁବାତିଙ୍କ ପରି ଟପ୍ ସେଲିବ୍ରେଟି । ୪ ବର୍ଷ ତଳର ମାମଲାରେ ପୁଣି ରାକୁଲ ପ୍ରୀତ୍ ସିଂଙ୍କ ସମେତ ୧୦ ଜଣ କଳାକାରଙ୍କୁ ପଚରାଉଚରା କରିବ ଇଡି ।

ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂ ଙ୍କୁ ସେପ୍ଟେମ୍ବର ୬ ରେ ଇଡିରେ ହାଜର ହେବାକୁ ଥିବାବେଳେ ସେହିପରି ଅଭିନେତା ରାଣାଙ୍କୁ ୮ ରେ ସମନ କରାଯିବା ନେଇ ନୋଟିସ ଜାରି ହୋଇଛି । ତେଲଗୁ ସିନେମା ଜଗତର ଆଗଧାଡ଼ିର ଅଭିନେତା ତଥା ବଲିଉଡ ଅଭିନେତାଙ୍କୁ ମଧ୍ୟ ସମନ କରିବ ଇଡି । ତେଲୁଗୁ ସିନେମା ଜଗତର ଲୋକପ୍ରୀୟ ଅଭିନେତା ରବି ତେଜା ମଧ୍ୟ ଏଥିରେ ସମ୍ପୃକ୍ତ ରହିଥିବା ବେଳେ ତାଙ୍କୁ ସେପ୍ଟମ୍ବର ୯ ରେ ଇଡି ପାଖରେ ହାଜର ହେବାକୁ ନୋଟିସ ମିଳିଛି ।୨୦୧୭ ରେ ଗୋଟ୍ଏ ବାର୍ରେ ପୋଲିସ ଚଢାଉ କରିଥିଲା,ଯେଉଁଠୁ ବିପୁଳ ପରିମାଣରେ ଡ୍ରଗ୍ସ ଜବତ ହୋଇଥିଲା । ଖବର ଅନୁଯାୟୀ ଏହି ୪ ବର୍ଷ ତଳର ଡ୍ରଗ୍ସ ମାମଲାରେ ଲିଙ୍କ୍ ଥିବା ନେଇ ୧୨ ଜଣଙ୍କୁ ସମନ ପଠାଇ ସାରିଲାଣି ଇଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ