ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀ ଭୁବନେଶ୍ଵରରେ ମର୍ମନ୍ତୁଦ ଦୁର୍ଘଟଣା । ବିଳମ୍ବିତ ରାତିରେ ଦୁର୍ଘଟଣା । ୨ ବୁଲେଟ୍ ଆରୋହୀ ମୃତ ।ରେଣ୍ଟାଲ କଲୋନୀ ଫାୟାର ଷ୍ଟେସନ ରାସ୍ତାରେ ଦୁର୍ଘଟଣା । ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟ, ଗଛ ଓ କାର୍କୁ ଧକ୍କା ଦେଲା ବୁଲେଟ୍ । ହଠାତ୍ ସ୍ପିଡ ବ୍ରେକର ଆସିଯିବାରୁ ଭାରସାମ୍ୟ ହରାଇଲେ ବୁଲେଟ ଚାଳକ । ଇଲେକ୍ଟ୍ରିକ୍ ପୋଲ, ଗଛ ଏବଂ ପାର୍କିଂରେ ଥିବା କାର୍ରେ ପିଟିହେଲା ଗାଡ଼ି ।
ଘଟଣା ସ୍ଥଳରେ ଚାଲିଗଲା ୨ ଜଣଙ୍କ ଜୀବନ । ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍ ଯିବା ବେଳେ କେ.ଭି. ୨ ପାଖରେ ଘଟିଛି ଦୁର୍ଘଟଣା । ମୃତକ ଦୁଇ ଯୁବକ ହେଲେ ଦେବୀ ପ୍ରସାଦ ପରିଡା ଏବଂ ଅନ୍ଵେସ ସତ୍ୟଦର୍ଶନ ଦାସ । ଉଭୟ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ହୋଇଥିବା ସୂଚନା । ସେପଟେ ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ସୂଚନା ମୁତାବକ, ୨ ଜଣ ଯୁବକ ବିଳମ୍ୱିତ ରାତିରେ ଏକ ବୁଲେଟ୍ ହାଇ ସ୍ପିଡ୍ରେ ଚଲାଇ କେଭି-୨ ନିକଟରେ ଯାଉଥିଲେ । ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍ ଯିବା ବେଳେ କେ.ଭି. ୨ ନିକଟରେ ଭାରସାମ୍ୟ ହରାଇଥିଲା ଗାଡି । ସେହି ସମୟରେ ଗାଡିର ବେଗ ଅଧିକ ଥିବାରୁ ପ୍ରଥମେ ଇଲେକ୍ଟ୍ରିକ୍ ପୋଲ ସହ ଗାଡ଼ିଟି ଧକ୍କା ହୋଇଥିଲା । ପରେ ଏକ ଗଛ ଓ ପାର୍କିଂରେ ଥିବା କାର୍ ସହ ପିଟି ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଏସମ୍ପର୍କରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
