Masthead

ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ତାଚ୍ଛଲ୍ୟ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ଜବାବ । ଭାଷଣ ଆଳରେ ପାଣ୍ଡିଆନଙ୍କୁ ତାଚ୍ଛଲ୍ୟ କଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆଇ ଆମ୍ ଡାଉନ୍, ବଟ୍ ନଟ୍ ଆଉଟ୍ ପ୍ରସଙ୍ଗ । ପାଣ୍ଡିଆନଙ୍କୁ ଜବାବ ଦେଲେ ରଣେନ୍ଦ୍ର ସ୍ୱାଇଁ । କହିଲେ ଖାଲି ବିଧାୟକ ହୋଇ ଭୋଟ ମାଗିଲେ ହେବ ନାହିଁ ।  ନବୀନ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ପାଣ୍ଡିଆନ କୁଆଡ଼େ କହିଥିଲେ ‘ଆଇ ଆମ ଡାଉନ୍ ବଟ୍ ନଟ ଆଉଟ୍’ । ଏହି ଉକ୍ତିକୁ ନେଇ ରଣେନ୍ଦ୍ର ସିଧା ପାଣ୍ଡିଆନଙ୍କ ନାଁ ନନେଇ ତାଚ୍ଛଲ୍ୟ କରିବା ସହ ସ୍ମିତ ହାସ୍ୟ ଦେଇଥିଲେ । ଆଠଗଡ଼ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ତେରେଛା ବାଣ ମାରିଛନ୍ତି ରଣେନ୍ଦ୍ର ।

କେବଳ ସେତିକି ନୁହେଁ ସ୍ରୋତ ବିରୋଧରେ ଚାଲିବା ପ୍ରସଙ୍ଗ ହେଉ କି ବିଧାୟକ ହୋଇ ଖାଲି ଭୋଟ ମାଗିବା ପ୍ରସଙ୍ଗ ଉଠାଇ ଥିଲେ ରଣେନ୍ଦ୍ର । ସଭାମଞ୍ଚରେ ବିଜେଡିର ଜଣେ ବରିଷ୍ଠଙ୍କ ଏଭଳି ପରୋକ୍ଷ ଇଙ୍ଗିତ ଦଳରେ କିଛି ଠିକ୍ ଠାକ୍ ଚାଲିନଥିବା ଆଡ଼କୁ ଇଙ୍ଗିତ କରୁଛି । ତେବେ ଏନେଇ ପାଣ୍ଡିଆନ କି ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପୂର୍ବରୁ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ଆଗକୁ ଆସି ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ । ଏକ ଦୈନିକ ଖବରକାଗଜକୁ ସାକ୍ଷାତକାରରେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ରାଜ୍ୟବାସୀ କି ନେତାଙ୍କୁ ନଜଣାଇବା ପାଣ୍ଡିଆନଙ୍କ ବଡ ଭୁଲ୍ ବୋଲି କହିଥିଲେ ଦେବାଶିଷ ସାମନ୍ତରାୟ । ଏପରିକି ଏହା ଦଳ ପାଇଁ ବି କ୍ଷତି ବୋଲି କହିଥିଲେ ଦେବାଶିଷ ।

ହସ୍ପିଟାଲରେ ଭର୍ତ୍ତି ହେବା ପରେ ଦଳୀୟ ନେତା ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିଲେ । ଘରେ ଅସୁସ୍ଥ ହେବା ସମୟରେ କାହିଁକି ପାଣ୍ଡିଆନ୍ ଜଣାଇଲେ ନାହିଁ । ନବୀନ ବାବୁ ଓଡ଼ିଶାର ନେତା । ତାଙ୍କର ସବୁ ଖବର ରାଜ୍ୟବାସୀ ଓ ଦଳ ନେତା ଜାଣିବା ଦରକାର । ସେହିପରି ହସ୍ପିଟାଲରେ ନବୀନଙ୍କୁ ଭେଟିବା ପାଇଁ ଦଳୀୟ ନେତାଙ୍କୁ ନଛାଡ଼ିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଦେବାଶିଷ କହିଛନ୍ତି ପାଣ୍ଡିଆନ୍ ଆଇ ଆମ୍ ଡାଉନ୍, ବଟ୍ ନଟ୍ ଆଉଟ୍’ ବୋଲି କହିଥିବା ସତ ହୋଇଥିଲେ ଏହା ଅହଂକାରର ପରିଚାୟକ । ଦିନକୁ ଦିନ ବିଜେଡି ଭିତରେ ପାଣ୍ଡିଆନ ବିରୋଧୀ ସ୍ୱର ଶାଣିତ ହେବାରେ ଲାଗିଛି । ଏକଦା ଦଳରେ ଦବଦବା ରଖୁଥିବା ପାଣ୍ଡିଆନଙ୍କ ବିରୋଧରେ କେହି କହିବାକୁ ଭାବୁଥିଲେ । ହେଲେ 2024 ନିର୍ବାଚନରେ ବିଜେଡିର ପରାଜୟ ପରେ ଏବେ ପାଣ୍ଡିଆନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାର ଧାରା ଆରମ୍ଭ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା