ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର

ଉଦଳା (ବଡ଼ ଖବର ବ୍ୟୁରୋ): ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର । ଉଦଳା ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ପୃଷ୍ଟ । ସାର୍ଟିଫିକେଟ କରାଇ ଦେବାକୁ ୫୦ହଜାର ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି। ସିବିଆଇ ତାଙ୍କ ନିକଟରୁ କେମିକାଲ ବୋଳା ଟଙ୍କା ଜବତ କରିବା ପରେ ମାମଲା ରୁଜୁ କରି ଗିରଫ କରିଛି। ଏଥିସହ ତାଙ୍କ ଘର ଏବଂ ଅଫିସରେ ସିବିଆଇ ଚଢ଼ଉ କରି ଛାନ୍‌ଭିନ୍‌ କରିଛି। ଉଦଳା ଡାକସର୍କଲ ଅଧୀନ କୁଶଳଦା ପଥୁରିକଟା ପୋଷ୍ଟ ଅଫିସର ଜିଡିଏସ୍‌ ବିପିଏମ ମଳୟ କୁମାର ବେହେରା ବିଭାଗରେ ଚାକିରି କରିଥିବା ବେଳେ ଏବେ ସେ ଶିକ୍ଷକ ଭାବେ ଚାକିରି ପାଇଛନ୍ତି।

ଉକ୍ତ ଚାକିରି କରିବା ନିମନ୍ତେ ପୋଷ୍ଟାଲ ବିଭାଗ ପକ୍ଷରୁ ଇସ୍ତଫା ସହ ପୋଷ୍ଟ ୱାର୍କ ଭେରିଫିକେସନ୍‌ ସାର୍ଟିଫିକେଟର ଆବଶ୍ୟକତା ରହିଥିଲା। ଏହି ସାର୍ଟିଫିକେଟ୍‌ ପାଇଁ ମଳୟ ଉଦଳା ଡାକ ନିରୀକ୍ଷକଙ୍କ ନିକଟରେ ପହଞ୍ଚିଥିଲେ। ହେଲେ ସାର୍ଟିଫିକେଟ୍‌ ଦେବାକୁ ରାଜେନ୍ଦ୍ର ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସନ୍ଧ୍ୟାରେ ରାଜେନ୍ଦ୍ର ତାଙ୍କ ଉଦଳାସ୍ଥିତ ବାସଭବନରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ ତାଙ୍କୁ ମାଡ଼ି ବସିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’