Masthead

ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ନୂଆପଡ଼ାରେ ଅଘଟଣ । ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ । ଅଳ୍ପକେ ବର୍ତ୍ତିଗଲା ୯ ମାସର ଶିଶୁ । ନୂଆପଡ଼ା  ଜିଲ୍ଲା ଖଡ଼ିଆଳ ଥାନା  ତୁକଲା ଗାଁରେ  ଅଭାବନୀୟ ଘଟଣା  ଘଟିଛି । ଆକସ୍ମିକ  ଅଗ୍ନିକାଣ୍ଡରେ ଦମ୍ପତି  ଦଗ୍ଧ ହୋଇଯାଇଛନ୍ତି । ମୃତକ ହେଲେ ୨୭ ବର୍ଷୀୟ ରାଜେଶ ପଟେଲ ଓ ୨୫ ବର୍ଷୀୟା ରୀମା ପଟେଲ । ଦମ୍ପତିଙ୍କ ଦେହ  ୫୦ରୁ ୬୦% ପୋଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଖଡ଼ିଆଳ ଉପଖଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରଛନ୍ତି ।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ରାଜେଶ ଓ ରୀମା  ରୋଷେଇ କରୁଥିଲେ । ଏହି ସମୟରେ ଘରେ ହଠାତ୍‌  ନିଆଁ ଲାଗିଯାଇଥିଲା । ନିଆଁ ବ୍ୟାପୀ ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଘରୁ ବାହାରିବାକୁ ସମୟ ପାଇପାରି ନ ଥିଲେ ଦମ୍ପତି । ଜୀବନ୍ତ ଜଳି ଯାଇଥିଲେ । ରାଜେଶଙ୍କ ବାପା ମକାରୁ ପଟେଲ ଓ ମା’ ଗୀତା ପଟେଲ ୯  ମାସର ଶିଶୁପୁତ୍ରକୁ  ଧରି ଅନ୍ୟ କୋଠରିରେ ଖେଳାଉଥିବା ବେଳେ  ଏଭଳି ହୃଦୟ ବିଦାରକ ଘଟଣା ଘଟିଥିଲା ।

ପଡ଼ୋଶୀ ପହଞ୍ଚି  ବହୁକଷ୍ଟରେ ରାଜେଶ ଓ ରୀମାଙ୍କୁ ଉଦ୍ଧାର କରି ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ରାଜେଶ ଓ ରୀମାଙ୍କୁ ଡାକ୍ତର ମୃତ ଘୋଷଣା  କରିଥିଲେ । ବିଦ୍ୟୁତ୍‌ ସର୍ଟସର୍କିଟରୁ ଘରେ ନିଆଁ ଲାଗିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି ।  କିନ୍ତୁ ଏତେ ଜୋରରେ ନିଆଁ କିଭଳି ଲାଗିଲା ଏବଂ ସ୍ୱାମୀ-ସ୍ତ୍ରୀ କିପରି ଘରୁ ପଦାକୁ ବାହାରି ପାରିଲେନି  ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୀବନ ନେଇଗଲା ମଙ୍ଗେତର 🔴 IPL ବେଟିଂ, ହୋଟେଲ୍‌ ମାଲିକ ଗିରଫ 🔴 SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ 🔴 ପୁରୀ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ 🔴 ୨୬ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା 🔴 ଛାତ୍ରଛାତ୍ରୀଙ୍କୁ ଠକେଇ ଅଭିଯୋଗରେ ଜଣେ ଗିରଫ 🔴 ଇସ୍ତଫା ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ… 🔴 ଲକ୍ଷ୍ନୌ ଭୟାବହ ଅଗ୍ନିକାଣ୍ଡ ମାମଲା, କିଏ ଅସଲ ଦୋଷି ? 🔴 ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି, ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି 🔴 ଜୀବନ ନେଇଗଲା ମଙ୍ଗେତର 🔴 IPL ବେଟିଂ, ହୋଟେଲ୍‌ ମାଲିକ ଗିରଫ 🔴 SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ 🔴 ପୁରୀ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ 🔴 ୨୬ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା 🔴 ଛାତ୍ରଛାତ୍ରୀଙ୍କୁ ଠକେଇ ଅଭିଯୋଗରେ ଜଣେ ଗିରଫ 🔴 ଇସ୍ତଫା ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ… 🔴 ଲକ୍ଷ୍ନୌ ଭୟାବହ ଅଗ୍ନିକାଣ୍ଡ ମାମଲା, କିଏ ଅସଲ ଦୋଷି ? 🔴 ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି, ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି