Masthead

ବୋଟ୍‌କୁ ଧକ୍କା ଦେଲା ଟ୍ରଲର, ବୁଡ଼ିଯିବା ଆଶଙ୍କା

ପାରାଦୀପ (ବଡ଼ ଖବର ବ୍ୟୁରୋ): ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ଅଘଟଣ। ମାଛଧରା ବେସ୍ ଭିତରେ ବୋଟ୍ ବୁଲାଇବା ବେଳେ ସିମେଣ୍ଟ କଂକ୍ରିଟ ରେ ପିଟି ହେଲା ବୋଟ୍ ର ତଳଭାଗ। ଟ୍ରଲରରେ ଫାଟ ସୃଷ୍ଟି ହୋଇ ଟ୍ରଲର ଭିତରକୁ ପଶୁଛି ପାଣି। ମାଛଧରା ବନ୍ଦରର ୪ନଂ ଜେଟିରେ ଘଟିଛି ଘଟଣା। ବୋଟରୁ ପାଣି କାଢ଼ି ଏହାକୁ ମରାମତି କରିବା ପାଇଁ ଚାଲିଛି ପ୍ରୟାସ।

ତେବେ ବୋଟଟି ମାଛ ଧରିବା ପାଇଁ ସମୁଦ୍ରକୁ ଯିବାକୁ ପ୍ରସ୍ତୁତ ହୋଇଥିଲା। ଏଥିରେ ବରଫ ଓ ଜାଲ ସହିତ ଅନ୍ୟାନ୍ୟ ସାମଗ୍ରୀ ଭର୍ତ୍ତି କରାଯାଇ ଜେଟ୍ଟିରୁ ବୋଟକୁ ବାହାର କରିବା ସମୟରେ ଘଟିଛି ଏଭଳି ଅଘଟଣ। ବୋଟରୁ ପାଣି ବାହାରକରିବା ପରେ ଏହାକୁ ଉପରକୁ ଅଣାଯାଇ ମରାମତି ପାଇଁ ପ୍ରୟାସ କରାଯାଉଥିବା ବେଳେ ଘଟଣାସ୍ଥଳରେ ମତ୍ସ୍ୟ ବିଭାଗର ଅଧିକାରୀ ପହଞ୍ଚି ବୋଟକୁ ମରାମତି କରିବା ପାଇଁ ସହାୟତା ଆରମ୍ଭ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ