Masthead

ନେପାଳରେ ବିକ୍ଷୋଭ, ୯ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ନେପାଳରେ ସୋସିଆଲ ମିଡିଆ ଆପ୍ସ ଉପରେ ବ୍ୟାନ୍ ଲଗାଇବା ବିରୋଧରେ ହଜାର ହଜାର Gen-Z ଯୁବକ, ଯୁବତୀ କାଠମାଣ୍ଡୁ ସମେତ ଅନେକ ସହରରେ ପ୍ରଦର୍ଶନ କରିଥିଲେ ।ଏହି ସମୟରେ ଶହ ଶହ ଯୁବକ ନେପାଳର ସଂସଦରେ ପଶିଯାଇଥିଲେ । ଏମାନଙ୍କୁ ଅଟକାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସର ପ୍ରୟୋଗ କରିଥିଲା । ତେବେ ବର୍ତ୍ତମାନ ନେପାଳ ପୁଲିସ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଆବାସ ପାଖରେ କର୍ଫ୍ୟୁ ଲଗାଇ ଦେଇଛି । ଯେମିତି ପ୍ରଦର୍ଶନକାରୀ ଭିଭିଆଇପିଙ୍କ ଆବାସକୁ ପ୍ରବେଶ ନ କରିପାରିବେ ।   ବିକ୍ଷୋଭ ବେଳେ ୯ଜଣଙ୍କ ମୃତ୍ୟୁ ଘଟିଛି । ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ।

ଏଥିରେ ୭୦ରୁ ୮୦ ଜଣ ଆହତ ହୋଇଛନ୍ତି । କାଠମାଣ୍ଡୁରେ ସେନା ମୁତୟନ କଲେ ସରକାର । ବିକ୍ଷୋଭ ବେଳେ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ଘଟିଛି । ନେପାଳର ରାଜଧାନୀ କାଠମାଣ୍ଡୁରେ ଯୁବ ଗୋଷ୍ଠୀ ସରକାରଙ୍କ ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଛନ୍ତି। ନେପାଳରେ ଫେସବୁକ, ଇନଷ୍ଟାଗ୍ରାମ ଏବଂ ଏକ୍ସ ସମେତ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯାହାକୁ ନେଇ ଏହି ବିକ୍ଷୋଭ କରାଯାଉଛି ।ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଯୁବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ବିକ୍ଷୋଭରେ ସାମିଲ ଯୁବକମାନେ ଦୁର୍ନୀତି ଓ ବେରୋଜଗାରୀ ବିରୁଦ୍ଧରେ ମଧ୍ୟ ନିଜର ସ୍ୱର ଉଠାଇଛନ୍ତି। ସେମାନଙ୍କ ମତ ହେଉଛି ଯେ ବର୍ତ୍ତମାନର ସରକାର ଦୁର୍ନୀତି ଓ ବେରୋଜଗାରୀ ପରି ସମସ୍ୟାର ସମାଧାନ ପାଇଁ କିଛି କରୁନାହାନ୍ତି। ନେପାଳର ବର୍ତ୍ତମାନ ସରକାର ସୋସିଆଲ ମିଡିଆ ଉପରେ ଲାଗିଥିବା ନିଷେଧାଜ୍ଞା ହଟାଇବା ପାଇଁ ଏକ ସର୍ତ୍ତ ରଖିଛନ୍ତି।

ସରକାର କହିଛନ୍ତି ଯେ ସୋସିଆଲ ମିଡିଆ ଉପରେ ଥିବା ଏହି ନିଷେଧାଜ୍ଞା କେବଳ ତେବେ ହଟିବ ଯେତେବେଳେ କମ୍ପାନୀଗୁଡ଼ିକ ନେପାଳରେ ନିଜର କାର୍ଯ୍ୟାଳୟ ଖୋଲିବେ, ସରକାର ନିକଟରେ ନିଜର ପଞ୍ଜୀକରଣ କରାଇବେ ଓ ବେଆଇନ କାମ ରୋକିବା ପାଇଁ ବ୍ୟବସ୍ଥା କରିବେ । ରାଜଧାନୀ କାଠମାଣ୍ଡୁରେ ଉଗ୍ର ବିକ୍ଷୋଭ ଓ ବିଗିଡ଼ୁଥିବା ପରିସ୍ଥିତିକୁ ଦେଖି ପ୍ରଶାସନ ଅନେକ ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରିଛି। ନେପାଳ ସରକାର ନିଜର ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ