Masthead

କଅଁଳ ବୟସରେ ଯମ ଯନ୍ତ୍ରଣା

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): କଅଁଳ ବୟସରେ ସହିବାକୁ ପଡୁଛି ଅସହ୍ୟ ଯନ୍ତ୍ରଣା । ଅର୍ଥ ଅଭାବରୁ ୪ବର୍ଷର ଶିଶୁ ସହୁଛି ଯମ ଯନ୍ତ୍ରଣା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅରେଇକଣା ପଞ୍ଚାୟତ ହରିଚନ୍ଦନପୁର ଗାଁରୁ ଆସିଛି ଏଭଳି ଦୁଃଖଦ ଖବର ।

ହରିଚନ୍ଦନପୁର ଗାଁର ପ୍ରଭାତ ଜେନାଙ୍କ ପୁଅ ପ୍ରଦ୍ୟୁଷ । ଖେଳକୁଦ ବୟସରେ ରୋଗଗ୍ରସ୍ଥ । ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ଛଟପଟ ହେଉଛନ୍ତି । ପୁଅର ଚିକିତ୍ସା ଲାଗି ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି କଟକ ବଡ଼ମେଡ଼ିକାଲ ପର୍ଯ୍ୟନ୍ତ ପରିବାର ଲୋକେ ପ୍ରଦ୍ୟୁଷଙ୍କୁ ନେଇଥିଲେ ମଧ୍ୟ ସୁଫଳ ମିଳିନାହିଁ । ପ୍ରତ୍ୟୁଷଙ୍କୁ ଦିଲ୍ଲୀ ଏମ୍ସ ଯିବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ଦିନ ମଜୁରି କରି ଚଳୁଥିବା ପ୍ରଭାତ ଟଙ୍କା କେଉଁଠୁ ଆଣିବେ ଯେ ପୁଅର ଚିକିତ୍ସା କରାଇବେ? ଭାଗ୍ୟ ଓ ଭଗବାନଙ୍କ ଉପରେ ସବୁ ଛାଡିଦେଇଛନ୍ତି ପ୍ରଭାତ । ଏହି ଅସହାୟ ପରିବାରକୁ ସ୍ଥାନୀୟ ବିଧାୟକ ଓ ଯାଜପୁର ଜିଲ୍ଲାପାଳ ସହାୟତର ହାତ ବଢ଼େଇଲେ ପ୍ରଦ୍ୟୁଷ ସୁସ୍ଥ ହୋଇପାରନ୍ତା ବୋଲି କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା