Masthead

ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା

ଆନନ୍ଦପୁର (ବଡ଼ ଖବର ବ୍ୟୁରୋ): ଶୋଇଥିବାବେଳେ ଅଘଟଣ । ଅନ୍ଧାରର ସୁଯୋଗ ନେଇ ହାଣିଲେ ଦୃବୁର୍ତ୍ତ । ସ୍ୱାମୀ -ସ୍ତ୍ରୀ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କେହି ଦୃବୁର୍ତ୍ତ ଘରେ ପଶି ସ୍ୱାମୀଙ୍କୁ ହାଣି ହତ୍ୟା କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଥାନା ସୁନ୍ଦୁରିଆ ଗାଁରେ । ମୃତକ ଜଣକ ହେଲେ ଜଗବନ୍ଧୁ ଦେଓଗାମ । ଖବରପାଇ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ସୁନ୍ଦୁରିଆ ଗାଁର ଜଗବନ୍ଧୁ ଦେଓଗାମ ନିଜ ସ୍ତ୍ରୀ ସହ ଘରେ ଶୋଇଥିଲୋ ପାଖାପାଖି ରାତି ୧୨:୩୦ ସମୟରେ କେହି ଦୃବୁର୍ତ୍ତ ଘରେ ପଶି ତାଙ୍କ ଜଙ୍ଘକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲା ।

ତେବେ ରାତିରେ ଅନ୍ଧାର ହେତୁ ଆକ୍ରମଣକାରୀ ଯୁବକକୁ ଚିହ୍ନି ପାରିନଥିଲେ ପରିବାର ଲୋକେ । ସଙ୍ଗେ ସଙ୍ଗେ ଏକ ଗାଡିକରି ଜଗବନ୍ଧୁଙ୍କୁ ମେଡିକାଲ ପହଞ୍ଚାଇଥିଲେ ପରିବାର ଲୋକେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜଙ୍ଘ ହଣାଯାଇଥିବାରୁ ପ୍ରବଳ ରକ୍ତସ୍ରାବ ଘଟି ତାଙ୍କ ମୃତ୍ୟୁ ଘଟିଥିଲା । ତେବେ ପୂର୍ବରୁ କୈଣସି କାରଣକୁ ନେଇ ବାପାଙ୍କ ସହ ତାଙ୍କର ଜଣେ ପୁତୁରାର ଝଗଡା ହୋଇଥିବାରୁ ହତ୍ୟାକାଣ୍ଡରେ ତାର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଥିବା କହିଛନ୍ତି ପରିବାରଲୋକେ । ସେପଟେ ମୃତଦେହ ଜବତ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼