Masthead

HOME HOME - Odia News channel

  • Home Page
  • ଲାଇଭ୍ ଟିଭି
  • ବଡ଼ ଖବର
  • ରାଜନୀତି
  • ରାଜ୍ୟ
  • ଦେଶ ବିଦେଶ
  • ଜିଲ୍ଲା
    • ଅନୁଗୁଳ
    • କନ୍ଧମାଳ
    • କୋରାପୁଟ
    • କଟକ
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • ଗଜପତି
    • କଳାହାଣ୍ଡି
    • ଗଞ୍ଜାମ
    • ନବରଙ୍ଗପୁର
    • ରାୟଗଡ଼ା
    • ନୂଆପଡ଼ା
    • ବୌଦ୍ଧ
    • ବରଗଡ଼
    • ସମ୍ବଲପୁର
    • ମୟୂରଭଞ୍ଜ
    • ଭଦ୍ରକ
    • ବାଲେଶ୍ୱର
    • ଖୋର୍ଦ୍ଧା
    • ପୁରୀ
    • ନୟାଗଡ଼
    • ଯାଜପୁର
    • ଜଗତସିଂହପୁର
    • ମାଲକାନଗିରି
    • ଢେଙ୍କାନାଳ
    • ଝାରସୁଗୁଡ଼ା
    • ବଲାଙ୍ଗିର
    • ଦେବଗଡ଼
    • ସୁବର୍ଣ୍ଣପୁର
    • ସୁନ୍ଦରଗଡ଼
  • ଅପରାଧ
  • ଖେଳ
  • ପେଜ୍ ଥ୍ରୀ
  • YouTube LIVE
BADA KHABAR
  • Home
  • ଜିଲ୍ଲା
  • ପୀଠେ ଅଷ୍ଟମୀ, ମଣ୍ଡପେ ସପ୍ତମୀ

ପୀଠେ ଅଷ୍ଟମୀ, ମଣ୍ଡପେ ସପ୍ତମୀ

ଜିଲ୍ଲାବଡ଼ ଖବର
By Bada Khabar Bureau On Sep 29, 2025
Share FacebookTwitterWhatsAppEmailTelegramPrint

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଯା ଦେବୀ ସର୍ବ ଭୂତେଷୁ … ବେଦଧ୍ବନି, ହୋମଯଜ୍ଞ, ଚଣ୍ଡୀପାଠରେ ଚାଲିଛି ମା’ଦୁର୍ଗାଙ୍କ ମହାସପ୍ତମୀ ପୂଜା । ମଣ୍ଡପରେ ଦର୍ଶନ ଦେଉଛନ୍ତି ମା’ । ଚଣ୍ଡୀପାଠରେ ଚାଲିଛି ଦେବୀଙ୍କ ମହାସପ୍ତମୀ ପୂଜା । ଶକ୍ତିପୀଠରେ ଆଜି ମହାଷ୍ଟମୀ । ସୁଉଚ୍ଚ ତୋରଣ ସାଙ୍ଗକୁ ଝଲସୁଛି ଭଳିକି ଭଳି ପୂଜା ମଣ୍ଡପ । ସେପଟେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ବାସିନୀ ମା’ ଶାରଳାଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଠାରୁ ଆରମ୍ଭ କରି ସମ୍ବଲପୁରର ମା’ ସମଲେଶ୍ବରୀ, କଟକର ମା’ କଟକ ଚଣ୍ଡୀ, ଝଙ୍କଡ଼ ଶାରଳା, କାକଟପୁର ମଙ୍ଗଳା, ଘଟଗାଁର ମା’ ତାରିଣୀଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା । ପୀଠମାନଙ୍କରେ ଆଜି ମା’ଙ୍କ ମହାଷ୍ଟମୀ ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ମଣ୍ଡପରେ ମହାସପ୍ତମୀରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଦେବୀ ଦୁର୍ଗା । ଗତ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ ଉପଚାର ପୂଜା ଆଜିକୁ ୧୬ଦିନ ତଥା ଅନ୍ତିମ ଦିବସରେ ପହଞ୍ଚିଛି ଏବଂ ନବରାତ୍ର ପୂଜାର ଆଜି ଅଷ୍ଟମ ଦିବସ । ଯାହାକି ମହାଷ୍ଟମୀ ଭାବେ ପାଳନ କରାଯାଏ । ଏହି କ୍ରମରେ ଆଜି ମା’ ମହାଗୌରୀ ସ୍ୱରୂପରେ ଦର୍ଶନ ଦେଉଛନ୍ତି ।

Related Posts

ଶ୍ରୀମନ୍ଦିରରେ ନାବାଳକକୁ ମାଡ଼!

ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ

ଏହି ମହାଷ୍ଟମୀ ଅବସରରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କୁ ଦର୍ଶନ କରୁଛନ୍ତି । ସେହିଭଳି ପାରଳାଖେମୁଣ୍ଡି ସହରର ଅଙ୍କ ସାହିରେ ଥିବା ମାଆ ମାଣିକେଶ୍ବରୀଙ୍କ ମନ୍ଦିରରେ ମଧ୍ୟ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ଚାଲିଛି । ଗଜପତି ମହାରାଜଙ୍କ ଇଷ୍ଟଦେବୀ ମାଆ ମାଣିକେଶ୍ବରୀଙ୍କ ପୂଜାର ସ୍ଵତନ୍ତ୍ରତା ରହିଥିବା ବେଳେ ମାଆ ମାଣିକେଶ୍ବରୀଙ୍କ ସମେତ ସେହି ପୀଠରେ ପୂଜା ପାଉଛନ୍ତି ମାଆ କନକ ଦୁର୍ଗା । କନକ ଦୁର୍ଗାଙ୍କ ପୀଠରେ ପ୍ରତ୍ୟେକ ଦିନ ଚଣ୍ଡୀ ପାଠ ସହ ଆମିଷ ଭୋଗ କରାଯାଏ । ପୂଜା ଆରମ୍ଭ ଦିନଠାରୁ ମାନସିକଧାରୀମାନେ ଏଠାରେ ଅଖଣ୍ଡ ଦୀପ ଦାନ ପ୍ରଥା ରହିଥିବା ବେଳେ ଅଷ୍ଟମୀରେ ପଶୁ ବଳିର ପ୍ରଥା ରହିଛି ।

Share

Prev Post

ନବମୀ ଓ ଦଶମୀରେ ଅଧିକ ବର୍ଷା

Next Post

ସୂର୍ଯ୍ୟକୁମାରଙ୍କ ମହାନତା, ଏସିଆ କପ୍‌ର ମ୍ୟାଚ୍ ଫି’ ଭାରତୀୟ ସେନାକୁ ସମର୍ପିତ

ଆଗକୁ ପଢନ୍ତୁ
କଟକ

ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ନାମରେ ଆସିଥିବା ବିଜୁ କୁଡ଼ିଆ ହଡ଼ପ !

ଢେଙ୍କାନାଳ

ରୋଗୀ ମୃତ୍ୟୁରୁ ଉତ୍ତେଜନା

ଦେଶ ବିଦେଶ

ସନ୍ୟାସ ନେବା କଥାକୁ ଖାରଜ କଲେ ସୋନିଆ

ବଡ଼ ଖବର

ଡ୍ୟୁଟିବେଳେ ମୃତ୍ୟୁ ହେଲେ ୧୦ ଲକ୍ଷ

ଖୋର୍ଦ୍ଧା

ବିପଦକୁ ଆମନ୍ତ୍ରଣ

ଦେଶ ବିଦେଶ

ମେ’ ୪ରୁ ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା

Prev Next

ଅନ୍ୟାନ୍ୟ ଖବର

ଶ୍ରୀମନ୍ଦିରରେ ନାବାଳକକୁ ମାଡ଼!

ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ

୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

Prev Next
ଫଲୋ ଏବଂ ଲାଇକ୍ କରନ୍ତୁ
  • Facebook Join us on Facebook
  • Twitter Join us on Twitter
  • Youtube Join us on Youtube
  • Instagram Join us on Instagram
ଲୋକପ୍ରିୟ ବର୍ଗ
  • ବଡ଼ ଖବର19356
  • ରାଜ୍ୟ13728
  • ଦେଶ ବିଦେଶ7967
  • ଜିଲ୍ଲା6021
  • ରାଜନୀତି4161
  • ଖେଳ748
  • ଦେଶ ବିଦେଶ
  • ବଡ଼ ଖବର
  • ରାଜ୍ୟ
  • ରାଜନୀତି
  • ଜିଲ୍ଲା
  • Live TV
  • Contact us
© 2026 - BADA KHABAR. All Rights Reserved.
Powered By: Suryanandan.Net
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ
  • Likes
  • Followers
  • Subscribers
  • Followers