ରକ୍ତ ରଞ୍ଜିତ ହେଲା ମା’ ମାଣିକେଶ୍ଵରୀଙ୍କ ପୀଠ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ସମ୍ପନ୍ନ। ଗୁପ୍ତ ରୀତିନୀତିରେ ହେଲା ମା’ଙ୍କ ପୂଜାର୍ଚ୍ଚନା। ରକ୍ତ ରଞ୍ଜିତ ହେଲା ଭବାନୀପାଟଣା। ଅହୋରାତ୍ର ମା’ଙ୍କ ପୂଜାର୍ଚ୍ଚନା ସହ ବଳି ପକାଯାଇଛି। ଭୋର୍ ୪ଟା ୪୦ରେ ମା’ଙ୍କ ବିଜୟ ଛତରଯାତ୍ରା ଜେନାଖାଲରୁ ବାହାରି ମୁଖ୍ୟ ରାସ୍ତାରେ ଢୋଲ ନିଶାନର ତାଳେତାଳେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଝୁମିଝୁମି ଆସୁଛନ୍ତି। ମାନସିକଧାରୀମାନେ ରସ୍ତାର ଦୁଇ ପାର୍ଶ୍ୱରେ କୁକୁଡ଼ା ବୋଦା ବଳି ଦେଉଛନ୍ତି।

ଦିନ ତମାମ ସହର ପରିକ୍ରମା ପରେ ମା’ଙ୍କ ଛତର ମନ୍ଦିରରେ ପହଞ୍ଚିବ। ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଆୟୋଜନ ପାଇଁ ବ୍ୟାପକ ପରିମାଣରେ ପୁଲିସ ଫୋର୍ସ ନିୟୋଜିତ ଅଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଡ୍ରୋନ କ୍ୟାମେରା ଦ୍ବାରା ସମସ୍ତ ଗତିବିଧିକୁ ରେକର୍ଡ କରାଯିବ ।  ପୁଲିସ ପକ୍ଷରୁ ସ୍ବତନ୍ତ୍ର ଭାବେ ଭିଡିଓ ସୁଟିଂ ବ୍ୟବସ୍ଥା ହୋଇଛି। ଛତର ପଛରେ ଗୋଟିଏ ଆମ୍ବୁଲାନ୍ସ, ଘୋଡ଼ାଘାଟ ଛକ ଓ ମାଣିକେଶ୍ବରୀ ମନ୍ଦିର ସମେତ ଅନ୍ୟ ସ୍ଥାନରେ ଆମ୍ବୁଲାନ୍ସ ନିୟୋଜିତ ହୋଇଛି ।

ଛତର ଯାତ୍ରାରେ ଅନେକଗୁଡ଼ିଏ ସାଂସ୍କୃତିକ ଦଳ ଯୋଗଦେଇଛନ୍ତି । ଭୋର ୫ଟାରେ ପୂଜାର୍ଚ୍ଚନା ଓ ରୀତିନୀତି ପରେ ଛତର ଯାତ୍ରା ଜେନାଖାଲ ଠାରୁ ବାହାରି ମାଣିକେଶ୍ବରୀ ମନ୍ଦିର ଅଭିମୁଖେ ବାହାରିଛି ।  ଶ୍ରଦ୍ଧାଳୁମାନେ ରାସ୍ତାରେ ଦର୍ଶନ ପାଇଁ ଭିଡ ରହିବା ଯୋଗୁଁ ବିଭିନ୍ନ ସ୍ଥାନରେ ସିସିଟିଭିକୁ ବ୍ୟବହାର କରି କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗ କରିପା‌ରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ