Masthead

ରକ୍ତ ରଞ୍ଜିତ ହେଲା ମା’ ମାଣିକେଶ୍ଵରୀଙ୍କ ପୀଠ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ସମ୍ପନ୍ନ। ଗୁପ୍ତ ରୀତିନୀତିରେ ହେଲା ମା’ଙ୍କ ପୂଜାର୍ଚ୍ଚନା। ରକ୍ତ ରଞ୍ଜିତ ହେଲା ଭବାନୀପାଟଣା। ଅହୋରାତ୍ର ମା’ଙ୍କ ପୂଜାର୍ଚ୍ଚନା ସହ ବଳି ପକାଯାଇଛି। ଭୋର୍ ୪ଟା ୪୦ରେ ମା’ଙ୍କ ବିଜୟ ଛତରଯାତ୍ରା ଜେନାଖାଲରୁ ବାହାରି ମୁଖ୍ୟ ରାସ୍ତାରେ ଢୋଲ ନିଶାନର ତାଳେତାଳେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଝୁମିଝୁମି ଆସୁଛନ୍ତି। ମାନସିକଧାରୀମାନେ ରସ୍ତାର ଦୁଇ ପାର୍ଶ୍ୱରେ କୁକୁଡ଼ା ବୋଦା ବଳି ଦେଉଛନ୍ତି।

ଦିନ ତମାମ ସହର ପରିକ୍ରମା ପରେ ମା’ଙ୍କ ଛତର ମନ୍ଦିରରେ ପହଞ୍ଚିବ। ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଆୟୋଜନ ପାଇଁ ବ୍ୟାପକ ପରିମାଣରେ ପୁଲିସ ଫୋର୍ସ ନିୟୋଜିତ ଅଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଡ୍ରୋନ କ୍ୟାମେରା ଦ୍ବାରା ସମସ୍ତ ଗତିବିଧିକୁ ରେକର୍ଡ କରାଯିବ ।  ପୁଲିସ ପକ୍ଷରୁ ସ୍ବତନ୍ତ୍ର ଭାବେ ଭିଡିଓ ସୁଟିଂ ବ୍ୟବସ୍ଥା ହୋଇଛି। ଛତର ପଛରେ ଗୋଟିଏ ଆମ୍ବୁଲାନ୍ସ, ଘୋଡ଼ାଘାଟ ଛକ ଓ ମାଣିକେଶ୍ବରୀ ମନ୍ଦିର ସମେତ ଅନ୍ୟ ସ୍ଥାନରେ ଆମ୍ବୁଲାନ୍ସ ନିୟୋଜିତ ହୋଇଛି ।

ଛତର ଯାତ୍ରାରେ ଅନେକଗୁଡ଼ିଏ ସାଂସ୍କୃତିକ ଦଳ ଯୋଗଦେଇଛନ୍ତି । ଭୋର ୫ଟାରେ ପୂଜାର୍ଚ୍ଚନା ଓ ରୀତିନୀତି ପରେ ଛତର ଯାତ୍ରା ଜେନାଖାଲ ଠାରୁ ବାହାରି ମାଣିକେଶ୍ବରୀ ମନ୍ଦିର ଅଭିମୁଖେ ବାହାରିଛି ।  ଶ୍ରଦ୍ଧାଳୁମାନେ ରାସ୍ତାରେ ଦର୍ଶନ ପାଇଁ ଭିଡ ରହିବା ଯୋଗୁଁ ବିଭିନ୍ନ ସ୍ଥାନରେ ସିସିଟିଭିକୁ ବ୍ୟବହାର କରି କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗ କରିପା‌ରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା