Masthead

ସରକାର ମେକ୍ ଇନ୍ ଓଡ଼ିଶାର ବିଫଳତାକୁ ନିଜେ ସ୍ୱୀକାର କରିଛନ୍ତି: ଜୟନାରାୟଣ ମିଶ୍ର

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସତ କୁହନ୍ତୁ । ଏଭଳି କହି ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ଯେଉଁ ବିବୃତ୍ତି ଦେଇଛନ୍ତି ବୋଧହୁଏ ସେ ଗୃହ ବିଭାଗ ଦ୍ୱାରା ଆଗତ ହୋଇଥିବା ଶ୍ୱେତପତ୍ରକୁ ପଢ଼ି ନାହାନ୍ତି । ଶ୍ୱେତପତ୍ରରେ ଥିବା ତଥ୍ୟ ଅନୁସାରେ ୨୦୨୧ ତୁଳନାରେ ୨୦୨୨ରେ ଧର୍ତ୍ତବ୍ୟ ଅପରାଧ ହାର ୧୪.୬୫ % ବୃଦ୍ଧି ପାଇଛି ।

କିଛି ଦିନ ପୂର୍ବରୁ ଗୃହ ବିଭାଗ ଦେଇଥିବା ତଥ୍ୟ ଅନୁସାରେ ୨୦୨୨ରେ ରାଜ୍ୟରେ ୧୩୭୯ ହତ୍ୟା ଏବଂ ୩୧୮୪ ଦୁଷ୍କର୍ମ କେସ୍ ରୁଜୁ ହୋଇଛି । ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶାର ବିଫଳତାକୁ ନିଜେ ସ୍ୱୀକାର କରିଛନ୍ତି । ୨୦୧୬ ଓ ୨୦୧୮ରେ ଆସିଥିବା ମୋଟ ୨୮୬ଟି ପ୍ରସ୍ତାବରୁ ମାତ୍ର ୧୦୭ଟି ପ୍ରସ୍ତାବର ସହମତି ପ୍ରକାଶ ପାଇଛି ବୋଲି କହୁଛନ୍ତି, ଯାହା ୩୭ ପ୍ରତିଶତ । ୨୦୧୯-୨୦୨୨ ଭିତରେ ବିଦେଶୀ ପୁଞ୍ଜିନିବେଶରେ ଦେଶକୁ ଆସିଥିବା ୧୩ ଲକ୍ଷ ୪୨ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାରୁ ଓଡ଼ିଶାକୁ ଆସିଛି ମାତ୍ର ୦.୦୮ ପ୍ରତିଶତ । ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ ଅଫିସର ହତ୍ୟା କରିବାର ପ୍ରାୟ ୫୩ ଦିନ ବିତିବା ପରେ ମଧ୍ୟ ହତ୍ୟାର ସତ୍ୟାସତ୍ୟ ଦର୍ଶାଇବାରେ ସରକାର ବିଫଳ ହୋଇଛନ୍ତି ।

ରାଜ୍ୟରେ ଗତ ୧୦ ବର୍ଷରେ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା କ୍ରାଇମବ୍ରାଞ୍ଚ ୨୨୫ଟି ମାମଲାରୁ ମାତ୍ର ୧୦ଟି ମାମଲାରେ ଦୋଷୀକୁ ଦଣ୍ଡ ମିଳିଛି । ଏଥିରୁ କ’ଣ ପ୍ରମାଣିତ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀ କେବଳ ମିଛ କଥା କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରିଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ