Masthead

କରୋନା ପରେ ଦ୍ରୁତ ଗତିରେ ବଢୁଛି ଦେଶର ଅର୍ଥନୀତି: ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାରା ଦେଶରେ କରୋନା ସ୍ଥିତି ଆୟତ୍ତ୍ୱ ହେବାରେ ଲାଗିଛି । କରୋନା କାଳରେ ଦେଶର ଅର୍ଥମେରୁଦଣ୍ଡ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲା । ପ୍ରତ୍ୟେକ ଦିନ ହଜାର ହାଜର ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିଲା । ହେଲେ ଦେଶରେ ବର୍ତ୍ତମାନ ଧିରେ ଧିରେ କରୋନା ଆୟତ୍ତ୍ୱ ହେବାରେ ଲାଗିଛି । ଏହା ମଧ୍ୟରେ ଦେଶର ଅର୍ଥନୀତି ପୁଣିଥରେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଯାହାକୁ ସାରା ବିଶ୍ୱ ଦେଖୁଛି । ଏ କଥା କୌଣସି ରିପୋର୍ଟରେ ପ୍ରକାଶ ପାଇନି ବରଂ ଏହା ନିଜେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସୁରଟରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏପରି କହିଥିବାର ସୂଚନା ମିଳିଛି । ତେବେ କରୋନାର କଷ୍ଟଦାୟକ ସମୟ ପରେ ଆମ ଅର୍ଥନୀତି ଯେଉଁ ବେଗରେ ଫେରିଛି, ଏହା ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଏପରିକି ସାରା ବିଶ୍ୱ ଭାରତ ଉପରେ ଭରସା ରଖିଛି ।

ଭାରତ ପୁଣିଥରେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବାକୁ ଯାଉଛି । କେବଳ ଏତିକି ନୁହେଁ ବରଂ ଆମେ ସର୍ଦ୍ଦାର ପଟେଲଙ୍କୁ ଅନୁସରଣ କରିବା ଉଚିତ ବୋଲି ମୋଦି କହିଛନ୍ତି । ଅନ୍ୟପଟେ ଚଳିତ ବର୍ଷ ଭାରତ ସ୍ୱାଧୀନତାର ୭୫ ତମ ବର୍ଷରେ ପ୍ରବେଶ କରିଛି । ସ୍ୱାଧୀନତାର ଏହି ଅମୃତ ବର୍ଷରେ ଦେଶ ଏକ ନୂତନ ଭବିଷ୍ୟତ ଗଠନ ଏବଂ ଦଶନ୍ଧି ଧରି ଅଟକି ରହିଥିବା କାର୍ଯ୍ୟଗୁଡ଼ିକୁ ସଂପୂର୍ଣ୍ଣ କରିବା ପାଇଁ ନୂତନ ସଂକଳ୍ପ ନେଇଛି । ସେପଟେ ବିଶ୍ୱ ଯୁଦ୍ଧ ସମୟରେ ଭାରତ ଅଡାନ୍ସ କାରଖାନାରେ ଶକ୍ତି ଦେଖିଛି । ଆମର ଉନ୍ନତ ସମ୍ବଳ, ବିଶ୍ୱସ୍ତରୀୟ ଦକ୍ଷତା ଥିଲା । ସ୍ୱାଧୀନତା ପରେ ଆମକୁ ଏହି କାରଖାନାଗୁଡ଼ିକର ନବୀକରଣ ଆବଶ୍ୟକ ଥିଲା ।

ବିଶେଷ କରି ପ୍ରଯୁକ୍ତିବିଦ୍ୟା ଉପରେ ! କିନ୍ତୁ ଏହାକୁ ଧ୍ୟାନ ଦିଆଯାଇନଥିଲା । ହେଲେ ବର୍ତ୍ତମାନ ସାରା ଦେଶରେ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଆରମ୍ଭ ହୋଇଛି । ଭାରତକୁ ବିଶ୍ୱ ଆଗରେ ସର୍ବବୃହତ ସାମରିକ ଶକ୍ତି ହେଉ କିମ୍ବା ଆଧୁନିକ ସାମରିକ ଶିଳ୍ପର ବିକାଶ କରିବା ହିଁ ଏହାର ମୂଳ ଲକ୍ଷ୍ୟ । ଗତ ସାତବର୍ଷ ଧରି ଦେଶ ଏହାକୁ ଅନୁସରଣ କରିଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ