ବେଆଇନ ବାଣ ଜବତ

ସାଲେପୁର (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ପାଇଁ ଜୀବନ ଜୀବିକା ହରେଇବାକୁ ବସିଲେଣି କାରିଗର। ସରକାର କେତେବେଳେ କେଉଁ ନୀତି ଅବଲମ୍ବନ କରୁଛନ୍ତି ତାହା ଜାଣିବା କଷ୍ଟକର। ସରକାରଙ୍କ ନୀତିନିୟମରେ ବଳି ପଡ଼ିଯାଉଛନ୍ତି କୌଳିକ କାରିଗର। ବାଣ ପାଇଁ ସାରା ରାଜ୍ୟରେ ପ୍ରସିଦ୍ଧ ଲାଭ କରିଥିବା କଟକ ଜିଲ୍ଲା ପଦ୍ମପୁର, ତ୍ରିଲୋଚନପୁର, ମହାଜନପୁର, ପୁରୁଷୋତ୍ତମପୁର ଆଦି ଅଞ୍ଚଳ କରୋନାର ପ୍ରଭାବରେ ଶ୍ରୀହୀନ ପାଲଟିଛି। ନିଜର ଜୀବନ ଜୀବିକା ପାଇଁ ସଂଗ୍ରାମ କରୁଥିବାବେଳେ ପୋଲିସର କଡ଼ା ଆଭିମୁଖ୍ୟ ଯୋଗୁ ଏ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆଜି ସକାଳୁ ଜଗତପୁର ପୋଲିସ ବାଣ କାରଖାନା ଓ ବାଣ ତିଆରି କରୁଥିବା ୩ ଜଣଙ୍କୁ ଗିରଫ କରିଛି।
ଆଜି ସକାଳୁ କଟକ କମିସନରେଟର ସରକଲ-୧ ଏସିପି ଓ ଜଗତପୁର ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ପଦ୍ମପୁର ଓ ତ୍ରିଲୋଚନପୁର ଗାଁରେ ଚଢଉ କରି ଲକ୍ଷାଧିକ ଟଙ୍କାର ବାଣ ସହ ବାଣ ତିଆରି ସମଗ୍ରୀ ଜବତ କରିଛି। କରୋନା ପାଇଁ ରାଜ୍ୟ ସରକାର କଡ଼ା ନିୟମ କରିଛନ୍ତି । ଯେଉଁମାନେ ବାଣ ତିଆରି କରିବେ କିମ୍ବା ଫୁଟାଇବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ