Before Header

ନିଷିଦ୍ଧାଞ୍ଚଳରୁ ଚୋରି

0 27

ଖଇରା (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ କୁପାରୀ ପାହାଡ଼ରୁ ବେଆଇନ ପଥର ଚାଲାଣ ଅଭିଯୋଗରେ ୩ଟ୍ରାକ୍ଟର ଏବଂ ଚିପ୍ସ ନେଇ ଯାଉଥିବା ୨ଟ୍ରକକୁ ଖଇରା ପୋଲିସ ଜବତ କରିଛି।
କୁପାରୀ ପାହାଡ଼ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି । ଏହା ସତ୍ତେ୍ୱ ପ୍ରତ୍ୟେକ ଦିନ ବେଆଇନ ଭାବେ ଶହ ଶହ ଟ୍ରକରେ ପଥର ଏବଂ ମାଟି ଚୋରାଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ଆଜି ଖଇରା ଥାନା ଆଇଆଇସି ସୁବ୍ରତ କୁମାର ବେହେରା ଏକ ପ୍ଲାଟୁନ ଫୋର୍ସ ନେଇ ଖଣି ଅଞ୍ଚଳରେ ପହଞ୍ଚି ୩ ପଥର ବୋଝେଇ ଟ୍ରାକ୍ଟର ସମେତ ଗୋଟିଏ ଚିପ୍ସ ବୋଝେଇ ଡମ୍ପର ଏବଂ ଗୋଟିଏ ମିନିଟ୍ରକକୁ ଜବତ କରି ତଦନ୍ତ ଚଳାଇଛନ୍ତି। ଜବତ ହୋଇଥିବା ଡମ୍ଫର ଓଆର ୦୯ସି ୭୯୪୮ ଏବଂ ମିନିଟ୍ରକ ଓଡ଼ି ୦୧ଏକ୍ସ ୫୧୮୮ ନମ୍ବର ହୋଇଥିବା ବେଳେ ଟ୍ରାକ୍ଟର ୩ଟି ନମ୍ବର ବିହୀନ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.