Masthead

SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା। ଜେଲ୍‌ରୁ ବାହାରିଲେ ୧୧୪  ଏସଆଇ ଆଶାୟୀ । ବ୍ରହ୍ମପୁର ଜେଲ୍‌ରୁ ବାହାରିଲେ ୧୧୪ ଏସଆଇଆଶାୟୀ । କୋର୍ଟରୁ ଜାମିନ ମଞ୍ଜୁର ପରେ ଜେଲ୍‌ରୁ ବାହାରିଲେ । ପ୍ରାୟ ମାସେ ଧରି ଜେଲ୍‌ରେ ରହିଲା ପରେ ମୁକୁଳିଲେ । ଏସଆଇ ପରୀକ୍ଷା ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ପରିବାର ଲୋକ କହିଛନ୍ତି ନ୍ୟାୟାଳୟ ଆମେ ପିଲାଙ୍କ ସହ ରହିଛୁ। ପିଲା କୌଣସି ଅପରାଧ କରି ନାହାନ୍ତି। ସମସ୍ତେ ମାସେ ଜେଲରେ ରହିଲେ। ସେମାନଙ୍କ ପ୍ରତି ଅନ୍ୟାୟ ହୋଇଛି। ଆମର ନ୍ୟାୟାଳୟ ଉପରେ ବିଶ୍ୱାସ ରହିଛି। ଏହାକୁ ଚ୍ୟାଲେଞ୍ଜ କରି ଆଗାମୀ ଦିନରେ ହାଇକୋର୍ଟ ଯିବୁ। ଆମକୁ ନ୍ୟାୟ ମିଳିବ।

ବୁଧବାର ଓଡ଼ିଶା  ପୁଲିସ ନିଯୁକ୍ତି ବୋର୍ଡ  ଦ୍ୱାରା ଆୟୋଜିତ ପୁଲିସ ସବ୍‌-ଇନ୍ସପେକ୍ଟର୍‌ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ୧୧୪ ଜଣ  ପରୀକ୍ଷାର୍ଥୀଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ କୋର୍ଟ  । ମାମଲାରେ ମୋଟ ୧୨୩ ଜଣ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି ।  ସେମାନଙ୍କ ମଧ୍ୟରୁ ୧୧୪ ଜଣ ପରୀକ୍ଷାର୍ଥୀ ଓ ୭ ଜଣ ଦଲାଲଙ୍କ ସମେତ ମୋଟ  ୧୨୧ ଜଣ ଜାମିନ୍‌ ପାଇଁ କୋର୍ଟରେ  ଆବେଦନ କରିଥିଲେ । ବ୍ରହ୍ମପୁର  ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ଜ୍ଞାନେନ୍ଦ୍ର କୁମାର  ବାରିକ ଜାମିନ ଆବେଦନର ଶୁଣାଣି  କରି ୧୧୪ ପରୀକ୍ଷାର୍ଥୀଙ୍କୁ ଜାମିନ୍‌ ପ୍ରଦାନ  କରିଛନ୍ତି । ୭ ଜଣ ଦଲାଲଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି