Masthead

ଆତଙ୍କୀ କବଳରେ ଓଡ଼ିଆ ପୁଅ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ଆତଙ୍କୀ କବଳରେ ଓଡ଼ିଆ ପୁଅ। ପୁଅକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଗୁହାରିକଲେ ଅସହାୟ ବାପା-ମାଆ। ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ। ସୂଚନା ଅନୁଯାୟୀ ତିର୍ତ୍ତୋଲ ଥାନା କୋଟକଣା ଗ୍ରାମର ଆଦର୍ଶ ବେହେରା ୨୦୨୨ ମସିହାରେ ପରିବାର ପ୍ରତିପୋଷଣ କରିବାପାଇଁ ସୁଦୂର ଆଫ୍ରିକାର ସୁଦାନକୁ ଯାଇଥିଲେ।

ସେଠି ସାତ ଆଠ ମାସ ଭଲରେ ରହିବା ପରେ ସେଠାରେ ଆରମ୍ଭ ହୋଇଥିଲା ଗୃହ ଯୁଦ୍ଧ। ସେଠାକାର ସରକାରଙ୍କ ସହ ସରକାର ବିରୋଧୀ ଆରଏସଏଫ ଆତଙ୍କୀ ସଂଗଠନ ଆରମ୍ଭ ହୋଇଥିଲା ଘମାଘୋଟ ଯୁଦ୍ଧ। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ଦୁଇବର୍ଷ ଏହି ଯୁଧ୍ୟ ଲାଗି ରହିଥିଲା। ତାରି ଭିତରେ ଦୀର୍ଘ ଦିନ ଭୋକ ଉପବାସରେ ଦିନ କାଟିବାକୁ ବାଧ୍ୟ ହୋଇଥିଲେ। ତେବେ ସେ ସମୟରେ ସେଠାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଏକ ଭିଡିଓ ମାଧ୍ୟମରେ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିଲା।

ଏହି କିଛିଦିନ ହେବ ଯୁଦ୍ଧ କରି ସୁଦନାକୁ ନିଜ କବଜାରେ ନେଇଛି ଆରଏସଏଫ। ଆଉ ତାରି ଭିତରେ ସେଠାରେ ଜଣେ ମାତ୍ର ଭାରତୀୟ ଭାବେ କାର୍ଯ୍ୟ କରୁଥିବା ଆଦର୍ଶ ବେହେରାକୁ ଅପହରଣ କରାଯାଇ ଏକ ଜଙ୍ଗଲରେ ରଖାଯାଇଛି। ଯାହାର ଏକ ଭିଡିଓ ପରିବାର ଲୋକଙ୍କ ପାଖରେ ପହଂଚିବା ପରେ ଭୟଭୀତ ଅବସ୍ଥାରେ ପରିବାର ଲୋକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର