Masthead

କିଏ ପିନ୍ଧିବ ନୂଆପଡ଼ା ତାଜ?

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ନୂଆପଡ଼ାରେ କିଏ ମାରିବ ବାଜି ? କିଏ ପିନ୍ଧିବ ନୂଆ ତାଜ । କାହାର ହେବ ନୂଆପଡ଼ା । ସମସ୍ତଙ୍କ ଛାତି ଧକଧକ । ଚାଲିଛି ପୂଜାର୍ଚ୍ଚନା । ଇଭିଏମ୍‌ରୁ ଖୋଲିବ ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ସ୍ଥାନୀୟ ନ୍ୟାସନାଲ କଲେଜରେ ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି । ଫଳାଫଳକୁ ନେଇ ନେତା, କର୍ମୀ ଓ ସାଧାରଣ ଜନତାଙ୍କ ଭିତରେ ପ୍ରବଳ ଉତ୍କଣ୍ଠା । ନୂଆପଡ଼ା ଆସନର ବିଜୟ ମୁକୁଟ କିଏ ପିନ୍ଧିବ ତାକୁ ନେଇ ସମସ୍ତଙ୍କ ଛାତି ଏବେ ଦୁକୁଦୁକୁ ।

ସକାଳ ୮ଟାରେ ନ୍ୟାସନାଲ କଲେଜସ୍ଥିତ ଷ୍ଟ୍ରଙ୍ଗରୁମ ଖୋଲାଯାଇଛି । ପ୍ରଥମେ ବାଲଟ୍ ପେପର ଭୋଟ ଗଣତି ଚାଲିଛି ଓ ସାଢ଼େ ୮ଟାରୁ ଇଭିଏମ୍‌ ଗଣତି ଆରମ୍ଭ ହେବ । ୩୫୮ଟି ବୁଥ ପାଇଁ ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ହେବ । ପ୍ରତି ଟେବୁଲରେ ଜଣେ ଗଣତି ସହାୟକ, ସୁପରଭାଇଜର, ମାଇକ୍ରୋ ପର୍ଯ୍ୟବେକ୍ଷକ ସମେତ ବହୁ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି । ରିଟର୍ଣ୍ଣିଂ ଅଫିସର ସେଠାରେ ଉପସ୍ଥିତ ରହି ଗଣତିକାର୍ଯ୍ୟ ତଦାରଖ କରିବେ ବୋଲି ଜିଲ୍ଲାପାଳ ମଧୁସୂଦନ ଦାଶ କହିଛନ୍ତି । ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ (ସିଏପିଏଫ) ଓ ଷ୍ଟେଟଆର୍ମ ପୁଲିସ ଫୋର୍ସ (ଏସଏପିଏଫ)ର ଯବାନ ସୁରକ୍ଷା ପାଇଁ ବ୍ୟବହୃତ ହୋଇଛନ୍ତି ।

କେବଳ ଅଧିକୃତ ଅଧିକାରୀ, କର୍ମଚାରୀ ଓ ଏଜେଣ୍ଟ ଭୋଟଗଣତି କେନ୍ଦ୍ର ଭିତରକୁ ଯାଇପାରିବେ । ନ୍ୟାସନାଲ କଲେଜ ମୁଖ୍ୟ ଗେଟର ଦୁଇ ପାର୍ଶ୍ୱରେ ଶହେ ମିଟର ପର୍ୟ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି । ଏଥିସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ଫୋର୍ସ ନିୟୋଜିତ ହେବ । ଭୋଟ ଗଣତି ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ଏସପି ଅମ୍ରିତପାଲ ସିଂ ସୂଚନା ଦେଇଛନ୍ତି । ବିଜୟ ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ଜୋରଦାର କସରତ କରିଛନ୍ତି । ସନ୍ଧ୍ୟା ସୁଦ୍ଧା ନିର୍ବାଚନ ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇଯିବ । ବିଜେପି, ବିଜେଡି ଓ କଂଗ୍ରେସ ସମେତ ୧୪ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି