Masthead

ମାଟିରେ ମିଶିଲା ବିଜେଡି କାର୍ଯ୍ୟାଳୟ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଘଣ୍ଟେଶ୍ୱର ବଜାରରେ ଜବରଦଖଲ ଉଚ୍ଛେଦ । ସରକାରୀ ଜମି ଉପରେ ଜବରଦଖଲ କରିଥିଲେ । ବିଜେଡି କାର୍ଯ୍ୟାଳୟ ଉପରେ ବୁଲିଲା ବୁଲଡୋଜର । ଦୀର୍ଘ ଦିନ ଧରି ସରକାରୀ ଜମିକୁ କବଜା କରି ରଖିଥିଲେ । ଚାନ୍ଦବାଲି ତହସିଲ ଅଧିନ ଘଣ୍ଟେଶ୍ୱର ଆରଆଇର ନିୟନ୍ତ୍ରଣ ଅଞ୍ଚଳରେ ଆଜି ସକାଳ ଠାରୁ ଜବର ଦଖଲ ଉଛେଦ ଅଭିଯାନ ଚାଲିଥିଲା। ଘଣ୍ଟେଶ୍ୱର ବଜାର ଅଞ୍ଚଳରେ ସରକାରୀ ଜମି ଉପରେ ଅନେକ ବର୍ଷ ଧରି ଜବର ଦଖଲ ଚିହ୍ନଟ ହେବା ପରେ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ ଏବଂ ଘଣ୍ଟେଶ୍ୱର ଆରଆଇ କଠୋର ହସ୍ତକ୍ଷେପ ନେଇଛନ୍ତି ।

ଉଛେଦ ସମୟରେ ବିଜେଡି ପାର୍ଟି ଅଫିସ ମଧ୍ୟ୍ୟ ମାଟିରେ ମିଶିଛି। ଏହି ଅଫିସ ଅନ୍ୟ ଜଣଙ୍କ ନାମରେ ଥିବା ଅଭିଯୋଗ ସତ୍ୟତା ପ୍ରମାଣ ହେବା ପରେ ଜେସିବି ଦ୍ୱାରା ଭଙ୍ଗା ଯାଇ ମାଟିରେ ମିଶାଯାଇଛି ବିଜେଡି କାର୍ଯ୍ୟାଳୟ। ସେପଟେ ଅଞ୍ଚଳବାସୀଙ୍କ ଅଭିଯୋଗ ବହୁତ ବଡ ବଡ଼ିଆମାନଙ୍କ ଦଖଲକୁ ଉଛେଦ କରିବାରେ ପ୍ରଶାସନ ସମ୍ପୂର୍ଣ ବିଫଳ ବୋିଛି । କିନ୍ତୁ ଗରିବ ଓ ସାଧାରଣ ଲୋକଙ୍କ ଦୋକାନ ଓ ଘର ଉପରେ ପୂରା କାର୍ଯ୍ୟାନୁଷ୍ଠାନ ହେଉଛି। ପରଦା ପଛରେ ରାଜନୀତି ଚାଲି ଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଚାନ୍ଦବାଲି ତହସିଲ ଓ ଆରଆଇ ବିଭାଗ ଖଣ୍ଡନ କରି କହିଛନ୍ତି ଉଛେଦ ପୂରାପୁରି ନିୟମ ଅନୁଯାୟୀ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା