Masthead

୪ରୁ ବଢ଼ିବ ଥଣ୍ଡା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୪ ତାରିଖରୁ ବଢ଼ିବ ଥଣ୍ଡା । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ଖସିଯିବ । ଏବେ ପାରଦ ଉପରମୁହାଁ ହେବା ଯୋଗୁ ଅନେକ ସ୍ଥାନରୁ ଥଣ୍ଡା କମିଛି । କିନ୍ତୁ ୨ଦିନ ପରେ ଥଣ୍ଡା ପୁଣି ବଢ଼ିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୨ ଓ ୩ ତାରିଖ ରାତିରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୩ରୁ ୧୫ ଡିଗ୍ରୀ ଉପରେ ରହିବ । ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପାରଦ ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ସବୁଠୁ କମ୍ ବା ୧୧.୫ ଡିଗ୍ରୀ ଅନୁଭୂତ ହୋଇଛି । ଜି.ଉଦୟଗିରିରେ ୧୨.୪, ଝାରସୁଗୁଡ଼ାରେ ୧୩.୭, ବୌଦ୍ଧରେ ୧୩.୮, କେନ୍ଦୁଝର ଓ ଫୁଲବାଣୀରେ ୧୪, ରାଉରକେଲାରେ ୧୪.୫, ଢେଙ୍କାନାଳ ଓ ଅନୁଗୁଳରେ ୧୪.୬, ଝାରସୁଗୁଡ଼ାରେ ୧୩.୭, ଭଦ୍ରକରେ ୧୪, କଟକରେ ୧୫, ବଲାଙ୍ଗିରରେ ୧୫.୨, ସୁନ୍ଦରଗଡ଼ରେ ୧୫.୪, ନୂଆପଡ଼ା ଓ ନବରଙ୍ଗପୁରରେ ୧୫.୫ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀରେ ସ୍ୱାଭାବିକଠାରୁ ୩ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଟିଟିଲାଗଡ଼ରେ ସ୍ୱାଭାବିକଠାରୁ ୪.୨, ବଲାଙ୍ଗିରରେ ୨.୬, ସୁନ୍ଦରଗଡ଼ରେ ୨.୪ ଓ କେନ୍ଦୁଝରରେ ୧.୧ ଡିଗ୍ରୀ ଅଧିକ ରେକର୍ଡ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ