Masthead

ପଡୋଶୀ ସାଜିଲା ଯୌନ ରାକ୍ଷସ

ବାରିପଦା (ବଡ଼ ଖବର ବ୍ୟୁରୋ): ପଡୋଶୀ ସାଜିଲା ନର ରାକ୍ଷସ। ନିଜ ଯୌନ ଲାଳସା ପୂରଣ କରିବା ପରେ ବୃଦ୍ଧାଙ୍କୁ ପଥରରେ ଛେଚି କରିଲା ହତ୍ୟା। ଏଭଳି ଲୋମ ଟାଙ୍କୁରା ହତ୍ୟା କାଣ୍ଡ ଘଟିଛି ଉଦଳା ଥାନା ଅମ୍ବିକାଦେଇପୁର ମାହାଲୀସାହି ଗ୍ରାମରେ। ମୃତକ ରଇବାରୀ ସିଂ ଏକୁଟିଆ ରହୁଥିବା ବେଳେ ଅପରାହ୍ନରେ ପଡୋଶୀ ରଘୁ ହେମ୍ବ୍ରମ ତାଙ୍କ ଘରେ ପଶି ବଳ ପୂର୍ବକ ତାଙ୍କୁ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ କରିବା ପରେ ସେ ପଥରରେ ଛେଚି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ସ୍ଥାନୀୟ ଲୋକେ ଘଟଣା ବାବଦରେ ଜାଣିବା ପରେ ଏ ନେଇ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ଉଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କୁ ତ୍ୱରାନ୍ୱିତ କରିଛି। ପୋଲିସ ପ୍ରାଥମିକ ତଦନ୍ତରୁ ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜାଣିବାକୁ ପାଇଛି। ସେପଟେ ଅଭିଯୁକ୍ତ ରଘୁ ହେମ୍ବ୍ରମକୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି