Masthead

ଇରାନ୍ ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ଆମେରିକାର ଧମକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ପୁଣି ଟାରିଫ୍ ଲଗାଇଲେ ଆମେରିକା ରାଷ୍ଟ୍ରପତି। ଇରାନ ସହିତ ବ୍ୟବସାୟ କରୁଥିବା ଦେଶ ଉପରେ ଟାରିଫ୍ ଲଗାଇଲେ ଡୋନାଲ୍ଡ ଟ୍ରମ୍ପ। ସହଯୋଗୀ ରାଷ୍ଟ୍ର ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ। ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଏବଂ କଠୋର ପଦକ୍ଷେପ ନେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଇରାନ ସହିତ ବାଣିଜ୍ୟ କରୁଥିବା ଯେକୌଣସି ଦେଶ ପରିଣାମ ଭୋଗ କରିବ।

ଆମେରିକା ଏପରି ଦେଶଗୁଡ଼ିକ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି ଯେ ଇରାନ ସହିତ ବ୍ୟବସାୟ କରୁଥିବା ଯେକୌଣସି ଦେଶକୁ ଆମେରିକା ସହିତ ସମସ୍ତ ବାଣିଜ୍ୟ ଉପରେ ୨୫ ପ୍ରତିଶତ ଟିକସ ଦେବାକୁ ପଡିବ। ସେ କହିଛନ୍ତି ଯେ ଏହି ନିୟମ ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଟ୍ରମ୍ପ ପ୍ରଶାସନର ଏହି କଠୋର ଆଭିମୁଖ୍ୟ ଇରାନ ସହିତ ଚୀନ୍, ଭାରତ ଏବଂ ୟୁଏଇ ଭଳି ପ୍ରମୁଖ ବାଣିଜ୍ୟିକ ଅଂଶୀଦାରଙ୍କ ପାଇଁ ମଧ୍ୟ ଏକ ବଡ଼ ଆହ୍ବାନ ବେ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଏହି ନୂତନ ଆଦେଶ ସମ୍ପର୍କରେ ଘୋଷଣା କରିଛନ୍ତି ।

  ସେ କହିଛନ୍ତି, ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ଏଥିରେ କୌଣସି ପରିବର୍ତ୍ତନର ହେବ ନାହିଁ । ଟ୍ରମ୍ପଙ୍କ ଅନୁସାରେ ଏହି ପଦକ୍ଷେପ ଇରାନକୁ ଆର୍ଥିକ ସହାୟତା ବନ୍ଦ କରିବ ଏବଂ ପ୍ରଦର୍ଶନକାରୀଙ୍କ ଦାବି ଗ୍ରହଣ କରିବାକୁ ଇରାନ ସରକାରଙ୍କ ଉପରେ ଚାପ ପକାଇବ ।  ବିଶେଷଜ୍ଞମାନଙ୍କ ଅନୁସାରେ ଏହି ନିଷ୍ପତ୍ତି ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ଗୁରୁତର ଭାବରେ ପ୍ରଭାବିତ କରିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା