Before Header

ରାଜଧାନୀରେ ପୁଣି କଣ୍ଟେନମେଣ୍ଟ ଜୋନ

0 100

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜଧାନୀରେ ପୁଣି କରୋନା ଭୟ । ଫେରିଛି କଣ୍ଟେନମେଣ୍ଟ ଜୋନ । ଫରେଷ୍ଟ ପାର୍କ ଅଞ୍ଚଳର ଥିବା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି। ଭୁବନେଶ୍ୱରରେ ବଢିବାକୁ ଲାଗିଛି ସଂକ୍ରମଣ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍ ବିଏମସି ସ୍ପଷ୍ଟ କରିଛି ।

ସୂଚନା ଅନୁସାରେ, ୫୨ ନମ୍ବର ୱାର୍ଡ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ସଂପୃକ୍ତ ଅଞ୍ଚଳରୁ କେହି ବାହାରକୁ ଆସିପାରିବେନି ବା ସେଠାକୁ ଯାଇପାରିବେନି ବୋଲି ସ୍ପଷ୍ଟ କରାଯାଇଛି । ଆଗକୁ ପାର୍ବଣ ଥିବାରୁ ନିୟମ କଡ଼ାକଡି କରିବାକୁ ବିଏମସି ଏଭଳି ପ୍ଲାନ ପ୍ରସ୍ତୁତ କରିଛି ।

Leave A Reply

Your email address will not be published.