Masthead

କାମ ଦେଲାନି ଅନୁକମ୍ପା: ବାଜିଲା ଶଙ୍ଖ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ । ବିଜେପି ହାତରୁ ଖସିଗଲା ଏହି ଆସନ । ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ବିଜୟୀ ହୋଇଛନ୍ତି । ସେ ୮୨ ହଜାର ୮୧୦ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପୀ ପ୍ରାର୍ଥୀ ମାନସ କୁମାର ଦତ୍ତ ୬୯ ହଜାର ୪୧୫ ଭୋଟ ପାଇଛନ୍ତି । ଏଠାରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୪ ହଜାର ୯୦୧ ଭୋଟ ପାଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ୧ହଜାର ୨୪୫, ଭାଗ୍ୟଉଦିତ ଦାସ ପଟ୍ଟନାୟକ ୩୦୭ ଓ ମହମ୍ମଦ ନୁମାନ ଖାନ ୨୪୫ ଭୋଟ ପାଇଛନ୍ତି । ନୋଟାକୁ ଯାଇଛି ୬୯୧ ଭୋଟ । ଏହି ନିର୍ବାଚନମଣ୍ଡଳୀରେ କୌଣସି ଭୋଟ ନାକଚ ହୋଇନାହିଁ । ମୋଟ ୧୫୯୬୧୪ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ ।
ମୋଟ ୧୪ଟି ଟେବୁଲରେ ଭୋଟ ଗଣତି କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଥିବା ୱେୟାର ହାଉସ ଗୋଦାମରେ ହୋଇଥିଲା ଭୋଟ ଗଣତି । କୋଭିଡ-୧୯ କଟକଣାକୁ ପାଳନ କରାଯାଇଥିଲା । ସମୁଦାୟ ୨୫ ରାଉଣ୍ଡ ଗଣତି ହୋଇଥିଲା ।
ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପରେ ଏଠାରେ ଉପ ନିର୍ବାଚନ ଆବଶ୍ୟକତା ପଡ଼ିଥିଲା । ବିଜେପି ଆଶା କରିଥିଲା ସ୍ୱର୍ଗତ ବିଧାୟକଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ କରି ସମବେଦନା ଭୋଟ ହାତେଇବ । ମାତ୍ର ତାହା ସମ୍ଭବ ହେଲା ନାହିଁ । ମଉଳି ଗଲା ପଦ୍ମଫୁଲ, ବାଜିଲା ଶଙ୍ଖ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ