Masthead

ବାପାକୁ କାନ୍ଧ ଦେଲାନି ପୁଅ

ପାପଡ଼ାହାଣ୍ଡି (ବଡ଼ ଖବର ବ୍ୟୁରୋ): ନିଜ ବାପାର ଶବକୁ କାନ୍ଧ ଦେବାକୁ ଆସିଲା ବଡ ପୁଅ । ଆସିଲେନି ସମାଜ ଲୋକ । ଶେଷରେ ବାଧ୍ୟ ହୋଇ ସାନ ପୁଅ, ଝିଅ ଓ ନାତିନାତୁଣୀ ମାନେ ମିଶି ଶବକୁ କାନ୍ଧ ଦେଇଥିଲେ । ଆଜିବି ରହିଛି ଜାତିପ୍ରଥା ନିୟମ । ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ବାପାର ଶବକୁ କାନ୍ଧ ଦେବାକୁ ଆସିଲେନି ସମାଜ ଲୋକ ଓ ନିଜ ବଡ ପୁଅ । ସାନ ପୁଅ ଓ ଝିଅର ନାତିନାତୁଣୀ ମିଶି ଚାରିକାନ୍ଧ ଦେଇ ଶବକୁ ପେତେିଦେଇଛନ୍ତି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କୋଙ୍ଗ୍ରା ଗ୍ରାମରେ ।

ଗ୍ରାମର ଦୁର୍ଯ୍ୟ ମାଝୀଙ୍କ ଗତକାଲି ଦେହାନ୍ତ ହୋଇଥିଲା । ତାଙ୍କର ତିନି ଝିଅ ଓ ଦୁଇ ପୁଅ । ଝିଅ ଜଣେ ଅନ୍ୟ ଜାତିର ପୁଅକୁ ବିବାହ କରିଛି । ଗତକାଲି ତାଙ୍କର ଦେହାନ୍ତ ହେବା ପରେ ସମାଜ ଲୋକ କାନ୍ଧଦେବାକୁ ଆସି ନାହାନ୍ତି । ଅତି ଦୁଃଖର ବିଷୟ ଯେ ତାଙ୍କର ବଡ଼ ପୁଅ ମଧ୍ୟ ବାପାର କାନ୍ଧ ଦେବାକୁ ଆସିଲେ ନାହିଁ । ଯାହାକି ସାନ ପୁଅ ଝିଅ ଓ ନାତିନାତୁଣୀ ମିଶି ଶବକୁ ଶ୍ମଶାନ ନିକଟରେ ନେଇଥିଲେ । ଆଜିବି ଅନ୍ଧ ବିଶ୍ୱାସର ଶିକାର ହୋଇଛନ୍ତି ଲୋକ । ଅନ୍ୟ ଲୋକର କଥାରେ ପଡି ଜାତିପ୍ରଥା ନିୟମକୁ ଚାଲୁ ରଖିଛନ୍ତି । ସେପଟେ ଝିଅମାନେ କହିଚନ୍ତି ଲୋକଙ୍କ ଉପରେ ଭରସା ନ ରଖି ଭଗବାନ ଙ୍କ ଉପରେ ଭରସା ରଖିଥିବା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି