Masthead

ବିଧାନସଭାରେ ଡେବ୍ୟୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୀବନର ପ୍ରଥମ ପ୍ରେମ ଭାରି ମିଠା ଓ ଅଭୁଲା । ପ୍ରଥମ ଚାକିରି ଚିର ଅଭୁଲା । ସେହିପରି ପ୍ରଥମ କରି ବିଧାନସଭାର ପବିତ୍ର ଗୃହରେ ପ୍ରବେଶର ଅନୁଭୂତି ଅନନ୍ୟ । ସଦ୍ୟ ସମାପ୍ତ ହୋଇଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିବା ଦୁଇ ନେତାଙ୍କ ବିଜୟ ସ୍ମରଣୀୟ ନିଶ୍ଚୟ ।

ବାଲେଶ୍ୱର ସଦର ଉପନିର୍ବାଚନରେ କଂଗ୍ରେସରୁ ମମତା କୁଣ୍ଡୁ ପ୍ରାର୍ଥୀ ହୋଇଥିଲେ । ସେ ପ୍ରଥମ କରି ବିଧାନସଭା ନିର୍ବାଚନ ଲଢ଼ିଥିଲେ । ସେହିପରି ବିଜେପିର ମାନସ କୁମାର ଦତ୍ତ ଓ ବିଜେଡିର ସ୍ୱରୁପ କୁମାର ଦାସଙ୍କ ବିଧାନସଭା ନିର୍ବାଚନ ପ୍ରଥମ ଅନୁଭୂତି । ଏଠାରେ ବିଜେଡିର ସ୍ୱରୁପ ଦାସ ବିଜୟୀ ହୋଇ ବିଧାନସଭାରେ ପ୍ରବେଶ କରିବାକୁ ଯାଉଛନ୍ତି ।

ତିର୍ତ୍ତୋଲ କଥା ବିଚାର କଲେ ବିଜେପିର ରାଜକିଶୋର ବେହେରା ପୂର୍ବରୁ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି । ସେ ଜଣେ ପୋଖତ ଖେଳାଳୀ ବୋଲି କୁହାଯାଇପାରିବ । କିନ୍ତୁ ବିଜେଡିର ବିଜୟ ଶଙ୍କର ଦାସ ଓ କଂଗ୍ରେସର ହିମାଂଶୁ ଭୂଷଣ ମଲ୍ଲିକ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ରାଜକିଶୋର ଓ ହିମାଂଶୁ ଭୂଷଣ ହାରି ଯାଇଥିଲେ ମଧ୍ୟ ଢ଼େର ଅଭିଜ୍ଞତା ହାସଲ କରିଥିବେ ନିଶ୍ଚୟ । ପ୍ରଥମଥର ପାଇଁ ବିଜେଡି ଟିକେଟରେ ବିଜୟୀ ହୋଇ ବିଜୟ ଶଙ୍କର ଦାସ ବିଧାନସଭାକୁ ପ୍ରବେଶ କରିବେ । ଏଠାରେ ବିଜେଡି ଲଗାତାର ଚତୁର୍ଥଥର ପାଇଁ ଉଡ଼ାଇଛି ବିଜୟ ଧ୍ୱଜା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ