Masthead

ବିଧାନସଭାରେ ଡେବ୍ୟୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୀବନର ପ୍ରଥମ ପ୍ରେମ ଭାରି ମିଠା ଓ ଅଭୁଲା । ପ୍ରଥମ ଚାକିରି ଚିର ଅଭୁଲା । ସେହିପରି ପ୍ରଥମ କରି ବିଧାନସଭାର ପବିତ୍ର ଗୃହରେ ପ୍ରବେଶର ଅନୁଭୂତି ଅନନ୍ୟ । ସଦ୍ୟ ସମାପ୍ତ ହୋଇଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିବା ଦୁଇ ନେତାଙ୍କ ବିଜୟ ସ୍ମରଣୀୟ ନିଶ୍ଚୟ ।

ବାଲେଶ୍ୱର ସଦର ଉପନିର୍ବାଚନରେ କଂଗ୍ରେସରୁ ମମତା କୁଣ୍ଡୁ ପ୍ରାର୍ଥୀ ହୋଇଥିଲେ । ସେ ପ୍ରଥମ କରି ବିଧାନସଭା ନିର୍ବାଚନ ଲଢ଼ିଥିଲେ । ସେହିପରି ବିଜେପିର ମାନସ କୁମାର ଦତ୍ତ ଓ ବିଜେଡିର ସ୍ୱରୁପ କୁମାର ଦାସଙ୍କ ବିଧାନସଭା ନିର୍ବାଚନ ପ୍ରଥମ ଅନୁଭୂତି । ଏଠାରେ ବିଜେଡିର ସ୍ୱରୁପ ଦାସ ବିଜୟୀ ହୋଇ ବିଧାନସଭାରେ ପ୍ରବେଶ କରିବାକୁ ଯାଉଛନ୍ତି ।

ତିର୍ତ୍ତୋଲ କଥା ବିଚାର କଲେ ବିଜେପିର ରାଜକିଶୋର ବେହେରା ପୂର୍ବରୁ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି । ସେ ଜଣେ ପୋଖତ ଖେଳାଳୀ ବୋଲି କୁହାଯାଇପାରିବ । କିନ୍ତୁ ବିଜେଡିର ବିଜୟ ଶଙ୍କର ଦାସ ଓ କଂଗ୍ରେସର ହିମାଂଶୁ ଭୂଷଣ ମଲ୍ଲିକ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ରାଜକିଶୋର ଓ ହିମାଂଶୁ ଭୂଷଣ ହାରି ଯାଇଥିଲେ ମଧ୍ୟ ଢ଼େର ଅଭିଜ୍ଞତା ହାସଲ କରିଥିବେ ନିଶ୍ଚୟ । ପ୍ରଥମଥର ପାଇଁ ବିଜେଡି ଟିକେଟରେ ବିଜୟୀ ହୋଇ ବିଜୟ ଶଙ୍କର ଦାସ ବିଧାନସଭାକୁ ପ୍ରବେଶ କରିବେ । ଏଠାରେ ବିଜେଡି ଲଗାତାର ଚତୁର୍ଥଥର ପାଇଁ ଉଡ଼ାଇଛି ବିଜୟ ଧ୍ୱଜା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ