Masthead

ଉପନିର୍ବାଚନରେ କମାଲ କଲା କମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିହାର ସାଧାରଣ ନିର୍ବାଚନ ସାଙ୍ଗକୁ ଦେଶର ୧୧ଟି ରାଜ୍ୟରେ ୫୮ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ୫୮ଟି ଆସନରୁ ବିଜେପି ୪୦ଟି ସିଟରେ ବିଜୟ ହାସଲ କରିଛି । ମଧ୍ୟପ୍ରଦେଶ, ଗୁଜୁରାଟ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ମଣିପୁର, ହରିୟାଣା, ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ, ନାଗାଲାଣ୍ଡ ଓ ତେଲେଙ୍ଗାନା ଆଦି ରାଜ୍ୟରେ ମୋଟ ୫୮ଟି ସିଟରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସମସ୍ତ ୫୮ ଆସନରୁ ବିଜେପି ୪୦ଟି ଆସନରେ ବାଜି ମାରିଛି ।

ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତ ମାର୍ଚ୍ଚରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବା ପରେ ୨୮ଟି ଆସନ ଖାଲିଥିଲା । ସେହି ୨୮ ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି କଂଗ୍ରେସକୁ ମାତ ଦେଇ ୧୧ଟି ଆସନରେ ବିଜୟୀ ହୋଇଥିବା ବେଳେ ୮ଟି ଆସନରେ ଆଗୁଆ ରହିିଛି । ଉତ୍ତରପ୍ରଦେଶରେ ୭ଟି ଆସନରୁ ୬ଟି ଆସନରେ ବିଜେପି ବାଜି ମାରିଥିବା ବେଳେ ଗୋଟିଏ ଆସନରେ ସମାଜବାଦୀ ପାର୍ଟି ବିଜୟ ହୋଇଛି । ସେହିପରି ଗୁଜୁରାଟର ୮ଟି ଆସନରେ ହୋଇଥିବା ଉପନିର୍ବାଚନରେ ସବୁ ଯାକ ଆସନ ପୋଛି ନେଇଛି ବିଜେପି ।

ହରିୟାଣାରେ ଗୋଟିଏ ଆସନକୁ କଂଗ୍ରେସ ଅକ୍ତିଆର କରିଛି । କର୍ଣ୍ଣାଟକର ଦୁଇଟି ସିଟକୁ ବିଜେପି ଅକ୍ତିଆର କରିଥିବା ବେଳେ ଝାଡ଼ଖଣ୍ଡର ଦୁଇଟି ଆସନରେ ବିଜେପି ଖାତା ଖେଲିପାରି ନାହିଁ । ମଣିପୁରରେ ୫ଟି ଆସନରୁ ୩ଟି ଆସନରେ ବିଜେପି ବିଜୟଲାଭ କରିଥିବା ବେଳେ ଗୋଟିଏ ସ୍ଥାନରେ ଆଗୁଆ ରହିଛି ବିଜେପି ଏବଂ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଅକ୍ତିଆର କରିଛନ୍ତି । ନାଗାଲାଣ୍ଡ ଓ ଓଡ଼ିଶାରେ ଖାତା ଖୋଲିପାରିନାହିଁ ବିଜେପି । ସେହିପରି ତେଲେଙ୍ଗାନାରେ ଗୋଟିଏ ସିଟରେ ଆଗୁଆ ରହିଛି ବିଜେପି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ